Odisha news

ଶ୍ରମିକ ନେତା ପ୍ରଫୁଲ ରାଓ ଙ୍କ ବିୟୋଗ ରେ ଶୋକ ସଭା: ଶ୍ରମିକ ଓ ଶ୍ରମଜିବୀ ଙ୍କ ପାଇଁ ଅପୂରଣୀୟ କ୍ଷତି

0
ଆସିକା : ବିଶିଷ୍ଟ ଆଇନଜିବୀ ତଥା ଶ୍ରମିକ ନେତା କେ. ପ୍ରଫୁଲ କୁମାର ରାଓ ଙ୍କ ବିୟୋଗ ର ଦ୍ୱାଦଶାହ୍ ରେ ଆଜି  ସି ପି ଏମ୍ ଦଳ ପକ୍ଷରୁ  ସ୍ଥାନୀୟ ଖମ୍ବେଶ୍ୱରୀ ମନ୍ଦିର ମଣ୍ଡପରେ ଶୋକ ସଭା ଅନୁଷ୍ଠିତ ହୋଇଛି। ଦଳର ଆସିକା ଶାଖା ସମ୍ପାଦକ ଲକ୍ଷ୍ମଣ ପାଢ଼ୀ ଙ୍କ ସଭାପତିତ୍ବରେ  ଅନୁଷ୍ଠିତ ସାମୁହିକ ଶୋକ ସଭାରେ  ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ,ଜିଲ୍ଲା ସମ୍ପାଦକ କୈଳାସ ଷଡ଼ଙ୍ଗୀ ସି ପି ଆଇ ଦଳର ପୀତବାସ ମହାପାତ୍ର,ସି ପି ଏମ୍ ରେଡ୍ ଷ୍ଟାର ଦଳର ଶଙ୍କର ସାହୁ, ଆଡ଼ଭୋକଟ  ଅଜିତ୍ ଚୌଧୁରୀ, ଆସିକା ପ୍ରେସ କ୍ଲବ ସଭାପତି ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ରଥ ଙ୍କ ସମେତ ବିଭିନ୍ନ ଶ୍ରମିକ ସଂଗଠନ ର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସ୍ବର୍ଗତ ରାଓ ଙ୍କ ବିୟୋଗ ଶ୍ରମଜୀବୀ ଓ ଶ୍ରମିକ ସଂଗଠନ ପାଇଁ ଅପୂରଣୀୟ କ୍ଷତି ବୋଲି ମତପ୍ରକାଶ କରି ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପାନ କରିଥିଲେ। ଉଲ୍ଲେଖ ଯେ ମାର୍କସ ବାଦ  ଚିନ୍ତାଧାରାର ଦୃଢ଼ ସମର୍ଥକ ସ୍ବର୍ଗତ ରାଓ  ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଶ୍ରମିକ ସଂଗଠନ ଗଢ଼ି ତୋଳିବା ରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ସହ ବହୁ ସଂଗଠନ ସହ ଜଡ଼ିତ ଥିଲେ। ଆସିକା ରେ ଓକିଲାତି ସହ ସାମାଜିକ ଓ ଶ୍ରମିକ ଆନ୍ଦୋଳନ ରେ ସ୍ବର୍ଗତ ରାଓ ସକ୍ରିୟ ଥିଲେ ଓ ୨୦ ତାରିଖ ଦିନ  ୭୫ ବର୍ଷ ବୟସ ରେ  ଆକସ୍ମିକ ବିୟୋଗ ହୋଇଥିଲା।
Leave A Reply