Odisha news

ଜଳସେଚନ ବିଭାଗର ଓଲଟା ନୀତିି : ନାଳ ସଫେଇ ନାଁରେ ରାସ୍ତା ଉପରେ ଆବର୍ଜନା

0

ଡେରାବିଶ :  ସାରା ବିଶ୍ୱ ମହାମାରୀ କରୋନାକୁ ନେଇ ଏବେ ଥରହର । ଏହି ମହାମାରୀରୁ ସୁରକ୍ଷିତ ରହିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଏହା ସହିତ ଲୋକମାନଙ୍କୁ ସଚେତନ କରାଉଛନ୍ତି । ଏହା ମଧ୍ୟରୁ ପରିବେଶକୁ ପରିସ୍କାର ପରିଚ୍ଛନ୍ନ ରଖିବା ପାଇଁ ଅଧିକ ଗୁରୁତ୍ୱ ଦେଉଛନ୍ତି । ହେଲେ ଜଳସେଚନ ବିଭାଗ ଏହି ନିୟମର ଠିକ୍ ଓଲଟା କାର୍ଯ୍ୟ କରୁଛି । ଏମିତି ଦେଖିବାକୁ ମିଳିଛି ଡେରାବିଶ ବ୍ଳକ ବାଲିଆ ପଂଚାୟତ ଦେଇ ପ୍ରବାହିତ ହୋଇଥିବା ୮ ନଂ(ଆଇ-୨) କେନାଲ୍ରେ ।

ଏହି କେନାଲ୍ଟି କେନ୍ଦ୍ରାପଡ଼ା କେନାଲ୍ର ୮ନଂ ଶାଖା କେନାଲ୍ରୁ ଅଚୁ୍ୟତପୁର ଠାରୁ ବାହାରି ଏଣ୍ଡର ପଂଚାୟତର କେବିନ୍ ଛକଠାରେ ଡେରାବିଶ ବ୍ଳକରେ ପ୍ରବେଶ କରିଛି । ପ୍ରତିବର୍ଷ କେନାଲ୍ରେ ପାଣିଆସିବା ପୂର୍ବରୁ ସାଧାରଣତଃ କେନାଲ୍  ସଫେଇ କାର୍ଯ୍ୟ ହୋଇଥାଏ । ସବୁବର୍ଷ ଭଳି ଏବର୍ଷ ମଧ୍ୟ ଏହି କେନାଲ୍ ସଫେଇ କାର୍ଯ୍ୟ କରାଯାଇଛି । ଏହି କେନାଲ୍ ସଫେଇ କାର୍ଯ୍ୟ ଯେବେ ଶ୍ରମିକମାନଙ୍କ ଦ୍ୱାରା କରାଯାଉଥିଲା କେନାଲ୍ ସଫେଇ ହେବା ପରେ କେନାଲ୍ରୁ ବାହାରିଥିବା ଆବର୍ଜନା, ଘାସ ଓ ଛୋଟ ଛୋଟ ଗଛପତ୍ରକୁ ଅବ୍ୟବହୃତ ବନ୍ଧରେ ପକାଯାଉଥିଲା ।

ଏହାର କିଛିଦିନ ପରେ ଛୋଟ ଛୋଟ ଆର୍ଥମୁଭର ମେସିନ୍ କେନାଲ୍ ଭିତରେ ପସି ସଫା କରିବା ସହ ଆବର୍ଜନାକୁ ଠିକଣା ଜାଗାରେ ପକାଉଥିଲା । ହେଲେ ଏବେ ଠିକାଦାର ମାନେ ବଡ଼ବଡ଼ ଜେସିବିମେସିନ୍ ଦ୍ୱାରା କେନାଲ୍ ସଫା କରାଉଛନ୍ତି । ଏହିଜେସିବି ମେସିନ୍ କେନାଲ୍ ଉପରେ ରହି ଭିତର ସଫେଇ କାର୍ଯ୍ୟ କରୁଛି । ଫଳରେ ନା ଠିକ୍ ଭାବରେ ନାଳର ସଫେଇ କାର୍ଯ୍ୟ ହୋଇପାରୁଛି ନା ନାଳ ବାହାର ଭିତରୁ ବାହାରୁଥିବା ମାଟି ଓ ଆବର୍ଜନାକୁ ଠିକଜାଗାରେ ପକେଇ ପାରୁଛି । ଜେସିବି ମେସିନ୍ ଚାଳକ ଯେଉଁ ବନ୍ଧରେ ମେସିନ୍ ରହୁଛି ନିଜର ସୁବିଧା ପାଇଁ ସେହି ବନ୍ଧରେହିଁ ଏଗୁଡ଼ିକୁ ପକାଉଛି । ଏଣୁ ବନ୍ଧ ୁପରେ ବର୍ଷକଜାକର ନାଳ ଭିତରେ ଥିବା କୁଢ଼କୁଢ଼ ଅଳିଆ ଆବର୍ଜନାକୁ ରାସ୍ତା ଉପରେ ପକାଉଛି ।

ଗୋଲରାହାଟ ଓ କେବିନ୍ଛକକୁ ସଂଯୋଗ କରୁଥିବା ରୋଂଡ଼୍ ଉପରେ ଏହି କୁଢ଼କୁଢ଼ ଆବର୍ଜନାକୁ ଗଦା କରିବା ଫଳରେ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେବା ସହିତ ରାସ୍ତାରେ ଯିବା ଆସିବାକୁ ବାଧକ ସୃଷ୍ଟି ହେଉଛି । ଏଣୁ ନାଳକଡ଼ରେ ଥିବା ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । କେନ୍ଦୁପାଟଣା ଜଳସେଚନ ବିଭାଗର କର୍ମକର୍ତା କିମ୍ବା ଯନ୍ତ୍ରୀ ନାଳସଫେଇବେଳେ ଉପସ୍ଥିତ ନରିହିବାରୁ ସେମାନେ ଅସୁବିଧା ଜଣେଇ ପାରୁନାହାଁନ୍ତି । ତାଙ୍କ କହିବା ଅନୁଯାୟୀ ପ୍ରଥମତଃ ପରିବେଶ ଦୂଷିତଃ, ରାସ୍ତା ଅବରୋଧ ଏବଂ ବର୍ଷା ହେଲେ ସେହି ମାଟି ଧୋଇହୋଇ ନାଳରେ ପୁଣି ପସୁଛି । ଏଣୁ ସରକାରଙ୍କର ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହାର କିଛି ସୁଫଳ ମିଳୁନାର୍ହି । ଅନ୍ୟ କେନାଲ୍ ମାନଙ୍କରେ ଠିକାଦାର ମାନେ ଏହି ଆବର୍ଜନାକୁ ଏକ ଟ୍ରାକ୍ଟର ସାହାଯ୍ୟରେ ବାହାରକୁ ନେଇ ଯାଉଥିବା ବେଳେ ଏ କେନାଲ୍ରେ ଏମିତିକୌଣସି ବ୍ୟବସ୍ଥା କରାଯାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି

Leave A Reply