Odisha news

ଲଦାଖ ସୀମାରେ ଏବେବି ଉତେଜନା ରାତିଅଧିଆ ରାସ୍ତା ନିର୍ମାଣ କରୁଛି ଚୀନ୍

0

ନୂଆଦିଲ୍ଲୀ  : ଲଦାଖ ରେ LAC ପାଖରେ ଚୀନ ସହିତ ଉତେଜନା ହୋଇଥିଲା l ଏହା ପରେ ଏହି ଉତେଜନାକୁ କମ କରିବା ପାଇଁ ଦୁଇଦେଶ ମଧ୍ୟରେ ଅନେକ ବୈଠକ ହୋଇ ସାରିଛି ,ତାରି ଭିତରେ ହିମାଚଳ ପ୍ରଦେଶରେ ଲାଗିଥିବା ସୀମାକୁ ନେଇ ଚୀନ ଗୋଟିଏ ସଡକ ନିର୍ମାଣ କାରୁଛି l ହିମାଚଳ ପ୍ରଦେଶର କିନୋର ଜିଲ୍ଲାର କୁନୁ ଚlରଙ୍ଗ ଅନ୍ତିମ ସୀମାବର୍ତୀ ଗାଁ ଅଟେ l କୁନୁ ଚାରଙ୍ଗ ଗ୍ରାମର ଗ୍ରାମବାସୀ ମାନେ ଚୀନର କ୍ଷେତ୍ରରେ ରେକୀ କରିବା ପରେ ଦାଵା କରିଛନ୍ତି ଯେ ବିଗତ ଦୁଇମାସରେ ଚୀନ ସୀମାର ପାଖାପାଖି ୨୦ କିଲୋମିଟର ପର୍ଯ୍ୟନ୍ତ ସଡକ ତିଆରି କରି ସାରିଛି l

ଏହି ଗ୍ରାମର ଗ୍ରାମବାସୀ ମାନେ ଦାଵା କରିଛନ୍ତି ଯେ ରାତିର ଅନ୍ଧାରରେ ଦ୍ରୁତ ଗତିରେ ଖେମକୁଲା ପାଖରେ ସଡକ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ଚୀନ ପକ୍ଷରୁ ରାତି ସମୟରେ ଡ୍ରୋନ ମଧ୍ୟ ଆସୁଛି l ଏଠିକାର ଅଧିବାସୀ ମାନେ ଚୀନ ପକ୍ଷରୁ ସଡକ ନିର୍ମାଣ କାର୍ଯ୍ୟ ନୋ ମ୍ୟାନ୍ସ ଲ୍ୟାଣ୍ଡରେ ହେଉଥିବାର ଆଶଙ୍କା କରିଛନ୍ତି l କିନୋରର ପୋଲିସ SP ସାଜୁ ରାମ ରାଣ ପୁଷ୍ଟି କରିଛନ୍ତି ଯେ ସୀମାବର୍ତୀ ଗାଁ ଗୁଡିକୁ  ଡ୍ରୋନ ଆସୁଛି l

SP କହିଛନ୍ତି ଗ୍ରାମବାସୀ ମାନେ ଏହି ବିଷୟରେ ଜଣାଇଥିଲେ l କିନ୍ତୁ ଭୟଭୀତ ହେବାର କୌଣସି କାରଣ ନାହିଁ l କ୍ଷମକୁଲାର ପ୍ରଧାନ କହିଥିଲେ ଯେ ଗ୍ରାମବାସୀ ମାନେ ସଡକ ନିର୍ମାଣ ବିଷୟରେ ତାଙ୍କୁ ଅବଗତ କରାଇଥିଲେ l ସେ କହିଛନ୍ତି ଏତେଲମ୍ବା ସଡକ ନିର୍ମାଣ କାର୍ଯ୍ୟ କେବେବି ରାତାରାତି ହେବନାହିଁ l ଏହା ହେବା ପାଇଁ ଅନେକ ମାସ ଲାଗିବ l ଗ୍ରାମ ପ୍ରଧାନ ଏହାକୁ ନେଇ ସୁରାକ୍ଷା ଏଜେନ୍ସି ମାନଙ୍କର କାର୍ଯ୍ୟ ପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି l କୁନୁ ଚାରଙ୍ଗ ଗ୍ରାମ ଚୀନର ସୀମାବର୍ତୀ ଗ୍ରାମ ଅଟେ ,ଏହି ପର୍ଯ୍ୟନ୍ତ ପହଁଚିବା ପାଇଁ ଭଲ ରାସ୍ତାର ଆବଶ୍ୟକତା ରାହିଛି l ଏହି ଗ୍ରାମର ଲୋକମାନେ ୧୬ ଟି ଖଚର ସହିତ ପାଖାପାଖି  ୨୨ କିଲୋମିଟର ଦୂର ସୀମା ପର୍ଯ୍ୟନ୍ତ ଯାଇଥିଲେ l ଏହି ଦଳ ସାହିତ ଭାରତ ତିବତ ବୋର୍ଡର ପୋଲିସ ଓ କିଛି ଯବାନ ମଧ୍ୟ ଥିଲେ l କ୍ଷମକୁଲା ପାଖରେ ପହଁଞ୍ଚିଲା ପରେ ତିବତ ଆଡକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ l

ଚୀନ ଦୁଇମାସ ଭିତରେ ପାଖାପାଖି ୨୦ କିଲୋମିଟର ସଡକ ନିର୍ମାଣ କରି ସାରିଛି l ଏହି ଦଳର ସଦସ୍ୟମାନେ କହିଛନ୍ତି ଯେ ଗତବର୍ଷ ଅକ୍ଟୋବର ମାସରେ ତିବତର ଶେଷ ଗାଁ ତାଙ୍ଗୋ ପର୍ଯ୍ୟନ୍ତ ଏହି ସଡକ ଥିଲା ,କିନ୍ତୁ ବରଫ ହଟିଲା ପରେ ଗତ ଦୁଇମାସରେ ଏହା ୨୦ କିଲୋମିଟରର ସଡକ ହୋଇଯାଇଛି l ଏଠାରେ ଏମାନେ ସଡକ ନିର୍ମାଣରେ ଲାଗିଥିବା ବଡ଼ବଡ଼ ଡମ୍ଫର ଦେଖିବାକୁ ପାଇଥିଲେ l ସନ୍ଧ୍ୟା ହେବ ମାତ୍ରେ ଚୀନ ପକ୍ଷରୁ ଭାରତ ଆଡକୁ ଡ୍ରୋନ ଆସୁଥିବାର ଦେଖନ୍ତି ,ଏହାର କିଛି ସମୟ ପରେ ଜୋରରେ ଶବ୍ଦ ହେବ ସହିତ ସଡକ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ l ରାତିର ଅନ୍ଧାରରେ ଏହି କାର୍ଯ୍ୟ ଦ୍ରୁତ ଗତିରେ ଚାଲେ l ପୋଲିସ ପ୍ରଶାସନଙ୍କୁ ଜଣାଇଥିଲେ ମଧ୍ୟ ସେମାନେ କୌଣସି ପଦକ୍ଷପ ନେଇ ନଥିଲେ l

Leave A Reply