Odisha news

ପୁରୀ ଜିଲ୍ଲାର ନୂତନ ଏସ୍ପିଙ୍କ ଅସ୍ତରଙ୍ଗ ଥାନା ପରିଦର୍ଶନ

0

ଅସ୍ତରଙ୍ଗ: – ପୁରୀ ଜିଲ୍ଲାର ନୂତନ ଏସପି ଭାବେ ଯୋଗ ଦେଇଥିବା ଅଖିଳେଶ୍ୱର ସିଂ ଶନିବାର ଅସ୍ତରଙ୍ଗ ଥାନା ପରିଦର୍ଶନ କରିଛନ୍ତି । ଏସ.ପି. ଶ୍ରୀ ସିଂ ଏହି ପରିଦର୍ଶନ ଅବସରରେ ଅସ୍ତରଙ୍ଗ ଅଞ୍ଚଳର ଆଇଶୃଙ୍ଖଳା, ଅପରାଧିକ କାର୍ଯ୍ୟକଳାପ ଓ ଉପକୂଳ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଥାନା ଅଧିକାରୀ ଶରତ କୁମାର ନାୟକଙ୍କୁ ପଚାରି ବୁଝିଥିଲେ । ଥାନାର ଭିତ୍ତିଭୂମି, ଷ୍ଟାପ କ୍ୱାଟରର୍ସ ପ୍ରଭୃତି ସମ୍ପର୍କରେ ସେ ଅଇଜ୍ଞଚ୍ଛ ହୋଇଥିଲେ ।

ଥାନା ପାଇଁ ବିଭାଗ ତରଫରୁ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଥିବାରୁ ନୂତନ କାର୍ଯ୍ୟାଳୟ ନିର୍ମାଣ କରାଯିବା ୁପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ଏଥିସହିତ ଥାନା ଅଞ୍ଚଳରେ ପାଟ୍ରୋଲିଂକୁ କଡାକଡି କରାଯିବା ସହିତ ଅସାମାଜିକ ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ନ ନଜର ରଖିବାକୁ ସେ ଥାନା ଅଧିକାରୀଙ୍କୁ ନଦେ୍ର୍ଦଶ ଦେଇଥିଲେ । ଅପର ପକ୍ଷରେ ୧୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ନୂତନଥାନା ପାଚେରୀ ନିର୍ମାଣ କାର୍ଯ୍ୟ ଶେଷ ସ୍ଥିତିରେ ପହଁଚିଥିବା ଥାନା ଅଧିକାରୀ ଶ୍ରୀ ନାୟକ ଏସପି ଶ୍ରୀ ସିଂ ଙ୍କୁ ଅବଗତ କରାଇଥିଲେ ।

Leave A Reply