Odisha news

ମଣିଷ ଏବଂକୁମ୍ଭୀର ଲଢେଇ ଜାରି : କୁମ୍ଭୀର ପାଟିରେ ଗଲା ଛାତ୍ର ଜୀବନ ,ତାପରେ …

0

ରାଜକନିକା ;-ଦୀର୍ଘଦିନ ହେଲା ମଣିଷ ଏବଂକୁମ୍ଭୀର ଲଢେଇ ଜାରି ରହିଛି କେତେବେଳେ ମଣିଷ ହାତରେ କୁମ୍ଭୀରର ଜୀବନ ଯାଉଛି ତ ଆଉ କେତେବେଳେ କୁମ୍ଭୀର ପାଟିରେ ଅକାଳରେ ମଣିଷର ଜୀବନ ଚାଲିଯାଉଛି ।ଏପରି ବିଗତ ଦିନରେ ରାଜକନିକା ଅଂଚଳରେ କେତେ ଯେ ଜୀବନ ଗଲାଣି ତାହା କହିବା ମୁସ୍କିଲ୍ । ଏହି କୁମ୍ଭୀର ଆକ୍ରମଣ  କେତେପିଲାଙ୍କୁ ଅନାଥ କରିଛି ତ କେତେକ ମା କୋଳ ଖାଲି   କରିଦେଇଛି ।

ଏମିତି ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ପାରିମକୁନ୍ଦପୁର ଗାଁ ର ପ୍ରଦୀପ ବେହୁରିଆ ଏବଂ ତାଙ୍କର ୧୫ ବର୍ଷର ପୁତ୍ର ରୁଦ୍ର ପ୍ରତାପ ବେହୁରିଆ ଙ୍କ ସହିତ  ଗାଁ ନିକଟ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବାପର ଆଖି ସାମ୍ନାରେ ପୁଅ ରୁଦ୍ରକୁ କୁମ୍ଭୀର ନଦୀ ମଝି କୁ ଟାଣିନେଇଥିଲା ।ତାଙ୍କୁ ଉଦ୍ଧାର କରିବାକୁ ଯାଇ ୩୦ ବର୍ଷର ଯୁବକ ଲିପୁନ ବେହୁରିଆ କୁମ୍ଭୀର ଲାଂଚ ଆଘାତରେ ଆହତ ହୋଇଥିବା ଜଣାପଡିଛି ।

ଛାତ୍ର ରୁଦ୍ର ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ଦେଇଥିବା ଜଣାପଡିଛି ।ଘଟଣା ପ୍ରଚାରିତ ହେବା ପରେ ନଦୀ କୂଳ କୁ ଗାଁ ଲୋକଙ୍କ ସୁଅ ଛୁଟିଥିଲା ଏବଂ ଗାଁ ର ପରିବେଶ ଶୋକାକୂଳ ହୋଇପଡିଥିଲା ।ଖବର ପାଇ ରାଜକନିକା ଅତିରିକ୍ତ ତହସିଲଦାର ଓ ଦମକଳ ବାହିନୀ ସହିତ ଓଡ୍ରାଫ ଟିମ ସମେତ ବନ ବିଭାଗର ଅଧିକାରୀ  ମାନେ ବହୁ ଖୋଜାଖୋଜି ପରେ ସନ୍ଧ୍ୟା ସମୟରେ  କୁମ୍ଭୀର ପାଟିରୁ ଶବ ଉଦ୍ଧାର କରିଥିବା ଜଣାପଡିଛି ।ଏହି ଘଟଣା ରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ରାଜକନିକା ଅଂଚଳରେ ଖରସୋ୍ରତା ଓ ବୈତରଣୀ ନଦୀ ରେ ଦୀର୍ଘଦିନ ହେବ କୁମ୍ଭୀର ଆତଙ୍କ ଲାଗିରହିଛି ।ନଦୀ କୂଳିଆ ଲୋକ ମାନେ ଆତଙ୍କିତ ଅବସ୍ଥାରେ ଜୀବନ ଯାପନ କରୁଥିବା ବେଳେ ସରକାର ଙ୍କ ଦ୍ୱାରା କୁମ୍ଭୀର ପାଇଁ କୈାଣସି ସ୍ଥାୟୀ ପ୍ରତିକାର କରାଯାଉନଥିବା ଅଭିଯୋଗ ହୋଇଛି ।

Nalco

Leave A Reply