Odisha news

୪୦ ଜଣଙ୍କ ରକ୍ତ ସଂଗ୍ରହ : କରୋନା ସଂକ୍ରମଣ ଭୟରେ ଧାମରା-ବାଁଶଡା ରାସ୍ତା ସିଲ୍

0

ଧାମରା :ଧାମରା ଏରିଆ ବାଁଶଡା ପଞ୍ଚାୟତରେ କରୋନା ପ୍ରବେଶ କରିଛି । ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇ ପଡିଛନ୍ତି । ୩ ଦିନ ପୂର୍ବରୁ ବାଁଶଡା ଥାନାର ଜନୈକ ପୋଲିସ୍‍ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇ ଚିିକିସ୍‍ିିତ ହେଉଛନ୍ତି । ଏହି ପୋଲିସ୍‍ କର୍ମଚାରୀ ଜଣକ ବାଁଶଡା ପଞ୍ଚାୟତ ଝାରପଡା ଗାଁରେ ଭଡା ନେଇ ଜଣଙ୍କ ଘରେ ରହୁଥିଲେ ।

ଏଥିପାଇଁ ସେହି ପରିବାର ସଦସ୍ୟ, ଥାନାର କର୍ମଚାରୀ, ତାଙ୍କ ସହିତ ମିଳାମିଶା କରିଥିବା ଜନ ପ୍ରତିନିଧି, ରାଜନୈତିକ କର୍ମୀ, ସାଧାରଣ ବ୍ୟକ୍ତିଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଛି । ମୋଟ ଉପରେ ୪୦ ଜଣଙ୍କର ରକ୍ତ ନମୁନା ଆଟିଂଜେନ୍‍ ଟେଷ୍ଟ ପାଇଁ ପଠା ଯାଇଛି ।

କରୋନା ସଂକ୍ରମଣ ଭୟରେ ଝାରପଡା (ସରା ଆଡିଆ) ଗାଁକୁ ବାଁଶଡା ପୋଲିସ୍‍ ପକ୍ଷରୁ ସିଲ୍‍ କରାଯାଇଛି । ଧାମରା-ବାଁଶଡା ରାସ୍ତାର ବାରିକ ସାହି ଛକ ଠାରେ ବାଡ ପୋତି ଦିଆ ଯାଇଛି । ବାଁଶଡାରୁ ଧାମରା ଯିବା ପାଇଁ ଲୋକେ ଅନ୍ୟ ବାଟ ଚେଇ ଯାଉଛନ୍ତି । ଧାମରାରୁ ବାଁଶଡା ଅଭିମୁଖେ ଯାତାୟତ କିଛି ମାତ୍ରାରେ ବାଧା ଉପୁଜିଛି । ଅପରପକ୍ଷେ ବାଁଶଡା ଥାନା ପୋଲିସ୍‍ କର୍ମଚାରୀ ହୋମ୍‍ କ୍ୱାରେଟାଂଇନରେ ଥିବା ଖବର ମିଳିଛି ।

 

 

Leave A Reply