Odisha news

ଖୋର୍ଦ୍ଧା: ୭୯ପଜେଟିଭ ଚିହ୍ନଟ

0

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ(ଭୁବନେଶ୍ୱରକୁ ବାଦଦେଇ) ଶୁକ୍ରବାର ଗୋଟିଏ ଦିନରେ ୭୯କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ଜିଲାପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।  ସୂଚନା ଅନୁସାରେ, ଖୋର୍ଦ୍ଧାରୁ ଆଜି ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୌରାଂଚଳ ଅନ୍ତର୍ଗତ ଗୁରୁଜଙ୍ଗ ଅଂଚଳର ଜଣେ ୨୩ବର୍ଷିୟ ପୁରୁଷ ହୋଇଥିବାବେଳେ ଅନ୍ୟଜଣେ ଖୋର୍ଦ୍ଧା ବ୍ଲକ୍ ଅନ୍ତର୍ଗତ ଜଙ୍କିଆ ଅଂଚଳର ୪୫ବର୍ଷିୟ ପୁରୁଷ । ଉଭୟ ଆକ୍ରାନ୍ତ ହୋମକ୍ୱାରେଂଟାଇନରେ ଥିଲେ ।

ସେହିପରି ଅନ୍ୟଜଣେ ଖୋର୍ଦ୍ଧା ପୁଲିସ କଲୋନୀର ୪୦ବର୍ଷିୟ ପୁରୁଷ ହୋଇଥିବା ଜିଲ୍ଲାସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ଜଣାଯାଇଛି । ସେହିପରି ବାଲୁଗାଁ ଅଂଚଳରୁ ମୋଟ ୧୬ଜଣ ପଜେଟିଭ ଚିହ୍ନଟ ହୋଇଥିବାବେଳେ ବାଣପୁର ରୁ ୧୦ କରୋନା ଯୋଦ୍ଧା ଙ୍କ ସମେତ ୨୩ଆକ୍ରାନ୍ତ ହୋଇଛନ୍ତି । ସେହିପରି ଟାଙ୍ଗିରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଟଣୀ ରେ୧୧ଜଣ, ବୋଲଗଡ ରୁ ୨, ମେଣ୍ଡାଶାଳ, ବେଗୁନିଆ ଓ ବାଲିପାଟଣାରୁ ୭ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟବିଭାଗ ସୂତ୍ରରୁ ଜଣାଯାଇଛି । ତେବେ ଚିହ୍ନଟ ସମସ୍ତ ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ କୁ ପଠାଯାଇଥିବା ଜଣାଯାଇଛି

Govt
Leave A Reply