Odisha news

ଦିଲ୍ଲୀ ଏମସ୍ ରେ ୩୦ ବର୍ଷୀୟ ବ୍ୟକ୍ତିଙ୍କୁ ଦିଆଗଲା କୋଭାକ୍ସିନ୍ ର ପ୍ରଥମ ଡୋଜ୍

0

ନୂଆଦିଲ୍ଲୀ,୨୪/୭(ଏଜେନ୍ସି) : ଆଜିଠାରୁ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମସ୍‌) ରେ କୋଭୋକ୍ସିନ୍ ପରୀକ୍ଷା ଆରମ୍ଭ ହୋଇଛି । ଦିଲ୍ଲୀର ଜଣେ ୩୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଠାରେ ସ୍ୱଦେଶୀ ଭାବରେ ପ୍ରସ୍ତୁତ କୋଭାକ୍ସିନ୍ ର ପ୍ରଥମ ମାତ୍ରା ଦିଆଯାଇଛି । ଏହି ବ୍ୟକ୍ତିଙ୍କୁ ବର୍ତମାନ ଦୁଇ ସପ୍ତାହ ପର୍ଯ୍ୟନ୍ତ ଅବଜରଭେସନ୍ ରେ ରଖାଯିବ । ଏମସ୍ ରେ ମାନବ ଟୀକାକରଣର ନେତୃତ୍ୱ ନେଉଥିବା ଡ. ସଞ୍ଜୟ ରାୟ କହିଛନ୍ତି ଯେ ଟିକା ପରୀକ୍ଷା ପୂର୍ବରୁ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପାରାମିଟର ପରୀକ୍ଷା କରାଯାଇଥିଲା । ସ୍ୱାସ୍ଥ୍ୟର ସମସ୍ତ ମାନଦଣ୍ଡ ପୂରଣ କରିବା ପରେ ଆଜିଠାରୁ ଏହି ଟିକା ଆରମ୍ଭ ହୋଇଛି । ଏହି ବ୍ୟକ୍ତି ଟିକା ଦେବା ପରେ ଦୁଇ ଘଂଟା ଧରି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ପାଇ ନଥିଲା ।ଡ. ରାୟ କହିଛନ୍ତି ଯେ ଆଗାମୀ ଦିନରେ ଅନୁସନ୍ଧାନରେ ଫିଟ୍ ଥିବା ଅନ୍ୟ ସ୍ୱେଚ୍ଛାସେବୀମାନଙ୍କୁ ଟିକା ଦିଆଯିବ । ବର୍ତମାନ ସୁଦ୍ଧା ମାନବ ପରୀକ୍ଷଣ ପାଇଁ ୩୫୦୦ ଲୋକ ପଞ୍ଜୀକୃତ ହୋଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ କୋରୋନା ଟିକା- ଇଣ୍ଡିଆ ବାୟୋଟେକ୍ ଆଇସିଏମଆର ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ସହଯୋଗରେ ପ୍ରସ୍ତୁତ ହୋଇଛି । ଦେଶର ୧୨ ଟି ସ୍ଥାନରେ ଏହି ଟୀକାକରଣର ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ଆରମ୍ଭ ହୋଇଛି ।

Nalco
Leave A Reply