Odisha news

ଶିଶୁ କନ୍ୟା ସାମନାରେ ମାଆ କୁ ହତ୍ୟା ଘଟଣା କୁ ତିନି ବର୍ଷ ପୁରିଲ , କିନ୍ତୁ ପୋଲିସ ହାତ ଆଜି ବି ଖାଲି।

0
ବୋରିଗୁମ୍ମା : ବୋରିଗୁମ୍ମା ଥାନା ଅନ୍ତର୍ଗତ ରାଣିଗଡ଼ ରାସ୍ତାରେ ଥିବା ଏକ ନୀଳଗିରି ବାଡ଼ରେ ଦଶ ମାସର  ଶିଶୁ କନ୍ୟା ସାମନାରେ ମାଆ କୁ ହତ୍ୟା ଘଟଣା କୁ ତିନି ବର୍ଷ ପୁରିଲା, କିନ୍ତୁ ପୋଲିସ ଏପର୍ଯ୍ୟନ୍ତ ମୃତ ମହିଳା ଙ୍କ ହତ୍ୟାକାରୀ କୁ ଧରିବା ଦୂର ର କଥା। ଏପର୍ଯ୍ୟନ୍ତ ମୃତ ମହିଳା ଙ୍କ ପରିଚୟ ମଧ୍ୟ ମିଳିଲା ନାହିଁ।ଏହିଭଳି ଲୋମହର୍ଷଣକାରୀ ଘଟଣା ଘଟିଥିଲା ୨୦୧୭ ମସିହା ଜୁଲାଇ ୧୧ ତାରିଖରେ।
ବୋରିଗୁମ୍ମା ଠାରୁ ରାଣିଗଡ଼ କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ର ଠିକ ସାତ କିଲୋମିଟର ପରେ ଥିବା ଏକ ନୀଳଗିରି ବାଡ଼ରେ ଜଣେ ବିବାହିତ ମହିଳା ଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ବେଳେ ୧୦ ମାସର ଶିଶୁ କନ୍ୟା କୁ ମୃତ ମହିଳା ଙ୍କ ପାଖରେ ଛାଡି ଦେଇ ଦୁର୍ବୃତ୍ତ କେଉଁ ଆଡେ ଉଭାନ ହୋଇଥିଲା। ସକାଳ ୫ ଟା ରେ ସ୍ଥାନୀୟ କିଛି ଲୋକ ନୀଳଗିରି ବାଡ଼ ରୁ ଏକ ଶିଶୁ କନ୍ୟା ର କାନ୍ଦ ଶୁଣିବା ପରେ ସଙ୍ଗେ ସଙ୍ଗେ ପୋଲିସ କୁ ଖବର ଦେଇଥିଲେ। ଦମକଳ ବାହିନୀ ପ୍ରଥମେ ପହଁଚି ନୀଳଗିରି ବାଡ଼ରେ ହାମୁଡ଼ି ହାମୁଡ଼ି ବୁଲୁଥିବା ୧୦ ମାସ ର  ଝିଅ କୁ ଉଦ୍ଧାର କରି ବୋରିଗୁମ୍ମା ମେଡ଼ିକାଲ ରେ ଭର୍ତ୍ତି କରିଥିଲେ। ଅନ୍ୟପଟେ ସେହି ସମୟରେ ତତ୍କାଳୀନପୋଲିସ ଏସ ଡ଼ି ପି ଓ ଥିବା ଉଦ୍ଧବ ଚରଣ ନାୟକ ଓ ଥାନା ଆଇଆଇସି ଉତ୍ତମ କୁମାର ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିଲେ।
କୋରାପୁଟ ତତ୍କାଳୀନ ଏସ ପି କର୍ଣ୍ଣଲ ଵିଶାଲ ସିଂ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତେବେ ଘଟଣା ରୁ ଏତିକି ସ୍ପଷ୍ଟ ଯେ ମୃତ ମହିଳା ସ୍ଥାନୀୟ ଅଂଚଳ ନୁହନ୍ତି। ମୃତ ମହିଳା ଜଣଙ୍କ ବିବାହିତ। ମୃତ ମହିଳା କଫି ରଙ୍ଗ ର ଶାଡୀ ପିନ୍ଧିବା ସହ କଳା ରଙ୍ଗର ଚୁଡି ଓ ଗୋଡ଼ ମୁଦି ପିନ୍ଧି ଥିବା ଦେଖାଦେଇଥିଲା। କୌଣସି ଦୁର୍ବୃତ୍ତ ମହିଳା ଙ୍କୁ ନୀଳଗିରି  ବାଡ଼ ଆଣି ମହିଳା ଙ୍କୁ ହତ୍ୟା କରିବା ପରେ ୧୦ ମାସର ଶିଶୁ କନ୍ୟା କୁ ମୃତ ମହିଳା ଙ୍କ ପାଖରେ ଛାଡି ଦେଇ ଚାଲିଯାଇ ଥିଲା।ଘଟଣା ଟି ସେହି ସମୟରେ ରାଜ୍ୟରେ ଆଲୋଡନ ସୃଷ୍ଟି ହେବା ସହ ମହିଳା ଙ୍କ ହତ୍ୟାକାରୀ ଧରିବା ପାଇଁ ତିନିଟି ଟିମ ଗଠନ କରି ପଡୋଶୀ ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶ କୁ ଯାଇଥିଲେ। କିନ୍ତୁ ପୋଲିସ କୁ କୌଣସି ସୁରାକ ମିଳିଲା ନାହିଁ। ଅନ୍ୟ ପଟେ ୧୦ ମାସ ଶିଶୁ କନ୍ୟା ର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାକୁ କଟକ ସ୍ଥିତ ଏସ ସି ବି ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା।
ଝିଅ ଟି କିଛି ଦିନ ପରେ ସମ୍ପୂର୍ଣ୍ଣ ଭାବେ ଭଲ ଭାବେ ସୁସ୍ଥ ହେବା ପରେ ଦସମନ୍ତପୁର ସ୍ଥିତ ଶିଶୁ ଆଧାର ଗୃହ ରେ ରହିଆସୁଥିଲା। ପରେ ହାଇଦ୍ରାବାଦ ର ଦମ୍ପତି ଶିଶୁ ଟିକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ଏନେଇ ବୋରିଗୁମ୍ମା ଥାନାରେ ଏଜ ମାମଲା ରୁଜୁ କରିବା ସହ ତଦନ୍ତ କରିଥିଲେ। ଯେହେତୁ ମୃତ ମହିଳା ଜଣକ ସ୍ଥାନୀୟ ଅଞ୍ଚଳର ନ ଥିଲେ। ତେଣୁ ପୋଲିସ ର ତଦନ୍ତ ଶୀତଳ ପଡିଯାଇଥିଲା। ତଦନ୍ତ ଗୋଟିଏ ପାଦ ଆଗେଇ ପାରିଲା ନାହିଁ। ପ୍ରକାଶ ଥାଉକି ଛତିଶଗଡ଼ ପୋଲିସ ମାଆ ଓ ଝିଅ କୁ ହତ୍ୟା ଘଟଣାର ଦୀର୍ଘ ବର୍ଷ ପରେ ପୂର୍ବତନ ବିଧାୟକ ଅନୁପ ସାଏ କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ବୋରିଗୁମ୍ମା ଘଟଣା ଟି କାହିଁକି ନାଲି ଫାଇଲ ରେ ରହିଗଲା। ଓଡିଶା ପୋଲିସ ର କାର୍ଯ୍ୟଶୈଳୀ ନେଇ ଆଜି ବି ବହୁ ଘଟଣାରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି।
Nalco
Leave A Reply