Odisha news

ସାଉଥ୍‌ କୋରିଆରେ କୁକୁର ସୁପ୍‌

0

ଚୀନ୍‌ ଭଳି ଦକ୍ଷିଣ କୋରିଆରେ ‘ବୋକ୍‌ନାଲ୍‌’ ନାଁରେ କୁକୁର ମାଂସ ଉତ୍ସବ ପାଳନ ହେଉଥିବା ନୋ-ଟୁ-ଡଗ୍‌-ମିଟ୍‌ ନାମକ ପ୍ରାଣୀ ଅଧିକାର ସୁରକ୍ଷା ସଂସ୍ଥା ଜଣାଇଛି । ପ୍ରତିବର୍ଷ ଏ ଉତ୍ସବରେ ଲୋକମାନେ କେବଳ କୁକୁର ସୁପ୍‌ ପିଇବା ପାଇଁ ଆସନ୍ତି । ଉକ୍ତ ସଂସ୍ଥା ତା ବ୍ଲଗ୍‌ରେ ଲେଖିଛି- ଏବେ ବି ସ । ଉ ଥ ୍‌ କୋରିଆରେ କିଛି ଲୋକ କୁକୁର ମାଂସ ଖାଇବା ପରମ୍ପରା ବଜାୟ ରଖିଛନ୍ତି । ଏ ପାଇଁ ମୁଖ୍ୟତଃ ବୁଲା କୁକୁର ସଂଗ୍ରହ କରି ସେମାନଙ୍କ ମାଂସ ଖିଆଯାଏ । ଜୁଲାଇ-ଅଗଷ୍ଟରେ ଅତ୍ୟଧିକ ଗରମ ହେଉଥିବାରୁ ବୋକ୍‌ନାଲ୍‌ ଉତ୍ସବ ଜରିଆରେ କୁକୁର ସୁପ୍‌ ଓ ମାଂସ ଖାଇବା ଜରୁରୀ ବୋଲି ଦକ୍ଷିଣ କୋରିଆବାସୀ ବିଶ୍ୱାସ କରନ୍ତି। କେହି କେହି ଶକ୍ତି ବଢ଼ାଇବା ପାଇଁ ଏହାକୁ ଖାଆନ୍ତି । ନୋ-ଟୁଡଗ୍‌ ମିଟ୍‌ ବ୍ୟତୀତ ସାଉଥ କୋରିଆରେ ଥିବା ଆଉ କିଛି ଚାରିଟି ସଂସ୍ଥା କୁକୁର ମାଂସ ତଥା ସୁପ୍‌ ଖାଇବାକୁ ବିରୋଧ କରିବା ସହ ଲୋକଙ୍କୁ ସଚେତନ କରାଉଛନ୍ତି ।

Leave A Reply