Odisha news

ବୀରମିତ୍ରପୁର ଆଦିବାସୀ ନାବାଳିକା ଦୁଷ୍କର୍ମ ଘଟଣାରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ପଶ୍ଚିମାଂଚଳ ଡିଆଜି ଅଫିସ ଆଗରେ ନୀରବ ଧାରଣା ଦେଲା ବିଜେପି

0

ଆଦିବାସୀ ନାବାଳିକା ଦୁଷ୍କର୍ମ ଘଟଣାରେ ସଂପୃକ୍ତ ଅନ୍ୟ ଅପରାଧୀଙ୍କୁ କେବେ ଗିରଫ କରିବ ପୋଲିସ? :ବିଜେପି
 ଏସି ଏସଟି ଏଟ୍ରୋସିଟି ଏବଂ ପୋକସୋ ଆକ୍ଟ ଲଗାଇ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି
 ରାଜ୍ୟସରକାର ଏସଆଇଟି ଗଠନ କରି ନିରପେକ୍ଷ ତଦନ୍ତ କରିବାକୁ ଦାବି
 ଏସସି ଏସଟି ଆକ୍ଟ ଅନୁଯାୟୀ ପୀଡିତାଙ୍କ ପରିବାରକୁ ତୁରନ୍ତ ୮.୨୫ ଲକ୍ଷ କ୍ଷତିପୂରଣ ପ୍ରଦାନ କରାଯାଉ
 ଖୋଦ୍ ପୀଡିତା ୫ ଜଣ ଦୁଷ୍କର୍ମକାରୀଙ୍କ ନାଁ ପୋଲିସକୁ ଜଣାଇଥିବାବେଳେ ପୋଲିସ ଏପର୍ଯ୍ୟନ୍ତ କାହିଁକି ସେମାନଙ୍କୁ ତଦନ୍ତ ପରିସରଭୃକ୍ତ କରି ଗିରଫ କରୁନାହିଁ ?
ଭୁବନେଶ୍ୱର,ତା.୧୭/୦୭: ରାଜ୍ୟରେ ମହିଳାମାନେ ପୂରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ପାଲଟିଛି । ଖୋଦ୍ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଜୁନ୍ ୨୨ ତାରିଖରେ ବୀରମିତ୍ରପୁର ଥାନା ଅଧିକାରୀ ଜଣେ ଆଦିବାସୀ ନାବାଳିକା ସହ ଦୁଷ୍କର୍ମ କରି ପୀଡିତାର ବେଆଇନ ଭାବେ ଏକ ସରକାରୀ ମେଡିକାଲରେ ଗର୍ଭପାତ କରାଇଛନ୍ତି । ବିରୋଧୀଙ୍କ ଚାପ ପଡିବାରୁ ଥାନା ଅଧିକାରୀଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଦୀର୍ଘ ୩ ମାସ କାଳ ନାବାଳିକା ଝିଅଟିକୁ ଥାନାର ଉପର ମହଲାରେ ବଡବାବୁ ଆନନ୍ଦ ଚନ୍ଦ୍ର ମାଝି, ସେହି ଥାନାର ଆଉ ଜଣେ ପୋଲିସ ଅଧିକାରୀ ଏବଂ ତାଙ୍କର ୪ ବନ୍ଧୁ ଦୁଷ୍କର୍ମ କରିଥିବା ବେଳେ ବାକି ଅପରାଧୀଙ୍କୁ ପୋଲିସ ଗିରଫ ନକରି ଚୁପ୍ ବସିଛି । ଏହାର ପ୍ରତିବାଦରେ ସୁନ୍ଦରଗଡ (ପାନପୋଷ) ସାଙ୍ଗଠନିକ ଜିଲ୍ଲା ବିଜେପି ସଭାନେତ୍ରୀ ଶ୍ରୀମତୀ ଲତିକା ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ପଶ୍ଚିମାଂଚଳ ଡିଆଜି ଅଫିସ ଆଗରେ ନୀରବ ଧାରଣା ଦେଇଥିଲେ । ଏଭଳି ଅଭାବନୀୟ ଘଟଣାରେ ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଏସି ଏସଟି ଏଟ୍ରୋସିଟି ଏବଂ ପୋକସୋ ଆକ୍ଟ ଲଗାଇ ଅନ୍ୟ ଦୋଷୀଙ୍କୁ ଗିରଫ କରିବା ଏବଂ ପୀଡିତାଙ୍କୁ କ୍ଷତିପୂରଣ ଦେବା, ରାଜ୍ୟସରକାର ଏସଆଇଟି ଗଠନ କରି ନିରପେକ୍ଷ ତଦନ୍ତ କରିବା ଏବଂ ପୋଲିସ ଧମକ ଦେଉଥିବାରୁ ପୀଡିତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ପାଇଁ ପ୍ରତିନିଧୀ ଦଳ ଦାବି କରିଛି ।
ବୀରମିତ୍ରପୁର ଘଟଣାରେ ଖୋଦ୍ ଥାନା ଅଧିକାରୀ ଥାନାର ଉପରମହଲାରେ ଜଣେ ୧୩ ବର୍ଷିଆ ଆଦିବାସୀ ନାବାଳିକାକୁ ବନ୍ଧକ ରଖି ଯୌନ ଉତ୍ପୀଡନ କରିଆସୁଥିଲେ । ସେହି ଥାନାର ଆଉ ଜଣେ ପୋଲିସ ଅଧିକାରୀ ଏବଂ ତାଙ୍କର ୪ ବନ୍ଧୁ ଦୁଷ୍କର୍ମ ମଧ୍ୟ ନାବାଳିକା ସହ ଦୁଷ୍କର୍ମ କରିଥିଲେ । ପରେ ଥାନାବାବୁ ପୀଡିତା ନାବାଳିକାକୁ ଗର୍ଭବତୀ କରାଇବା ସହ ବେଆଇନ ଭାବେ ସରକାରୀ ଡାକ୍ତରଖାନାରେ ତାଙ୍କର ଗର୍ଭପାତ କରାଇଥିଲେ । ଖୋଦ୍ ପୀଡିତା ୫ ଜଣ ଦୁଷ୍କର୍ମକାରୀଙ୍କ ନାଁ ପୋଲିସକୁ ଜଣାଇଥିବାବେଳେ ପୋଲିସ ଏପର୍ଯ୍ୟନ୍ତ କାହିଁକି ସେମାନଙ୍କୁ ତଦନ୍ତ ପରିସରଭୃକ୍ତ କରି ଗିରଫ କରୁନାହିଁ ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ଏହି ଘଟଣାରେ ଆଦିବାସୀ ନାବାଳିକା ପୀଡିତା ହୋଇଥିବାରୁ ରାଜ୍ୟ ସରକାର ତୁରନ୍ତ ଏସସି ଏସଟି ଏବଂ ପୋକସୋ ଆକ୍ଟ ଅନୁଯାୟୀ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ପୀଡିତା ପରିବାରକୁ ୮.୨୫ ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ଦିଅନ୍ତୁ । ପୂର୍ବରୁ ରାଜ୍ୟ ବିଜେପି ପ୍ରତିନିଧୀ ଦଳ ରାଜ୍ୟ ମାନବଧିକାର କମିଶନ, ପୋଲିସ ମହାନିଦେ୍ର୍ଦଶକ ଏବଂ ଜାତୀୟ ଏସଟି କମିଶନଙ୍କୁ ଭେଟି ଘଟଣାର ତଦନ୍ତ ନିରପେକ୍ଷ ଭାବେ କରି ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଥିଲା ।
ଏହି ନୀରବ ଧାରଣାରେ ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା କଳ୍ପନା ଲେଙ୍କା, ରାଉରକେଲାର ପୂର୍ବତନ କାଉନସିଲର ତଥା ବରିଷ୍ଠ ନେତ୍ରୀ ପ୍ରମିଳା ଦାସ, ସସ୍ମିତା ପାଢୀ, ସଂଯୁକ୍ତା ମିଶ୍ର ଏବଂ ରଂଜିତା କିସପଟ୍ଟା ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply