ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିସାଇ ଜିଲ୍ଲାରେ ମୋଟ ପଜିଟିଭ୍ ୨୯୦ ରେ ପହଞ୍ଚିଛି । ସେପଟେ କଣ୍ଟେନମେଣ୍ଟ ଜୋନ କଟକଣା ନ ମାନି କେତେକ ତଣ୍ଡ ଗଣିଥିବା ଜଣାପଡ଼ିଛି ।
ନୟାଗଡ଼ରେ କରୋନା ସ୍ଥିତି ଦିନକୁ ଦିନ ଗୁରୁତର ହେବାରେ ଲାଗିଛି । ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦ରେ ପହଞ୍ଚିଛି । ଜିଲ୍ଲା ପ୍ରଶାସନର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଜିଲ୍ଲାର ବିଭିନ୍ନ କୋଭିଡ କେୟାର ସେଣ୍ଟରେ ଭର୍ତ୍ତି କରାଯାଇଛି । ତଥ୍ୟ ଅନୁଯାୟୀ ୧୫ ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ମହିଳା ରହି ଥିବାବେଳେ ୧୩ଜଣ ପୁରୁଷ ଅଛନ୍ତି । ଭୁବନେଶ୍ୱରରେ ରହୁଥିବା ଜିଲ୍ଲାର ୨ଜଣ ବ୍ୟକ୍ତି କରୋନା ସଂକ୍ରମିତ ଅଛନ୍ତି ।
ବାକି ୧୩ଜଣଙ୍କ ମଧ୍ୟରୁ ୯ଜଣ ସଂଗରୋଧ ବାହାରେ ଆକ୍ରାନ୍ତ ହୋଇ ଥିବାବେଳେ ୪ଜଣ ସଂଗରୋଧ ଭିତରେ ଆକ୍ରାନ୍ତ ହୋଇଛନ୍ତି । ନୟାଗଡ଼ ସହର ଏମ୍ ଆଇ କଲୋନୀ କଣ୍ଟେନ୍ମେଣ୍ଟ ଜୋନ ନିଶେଧାଚଂଳ ଭିରକୁ ପ୍ରବେଶ କରିଥିବା ଏକ କାର୍ କୁ ପୋଲିସ୍ ଜବତ କରିଛି । ଓଡ଼ଗାଁ ବ୍ଲକ କୋମଣ୍ଡ କଣ୍ଟେନ୍ମେଣ୍ଟ ଅଞ୍ଚଳରେ ମାଙ୍କଡା ପଥର ବୋଝେଇ ଏକ ଗାଡିକୁ ଜବତ କରାଯିବା ସହ ୨୫ହଜାର ଟଙ୍କା ଜରୀମାନା ଆଦାୟ କରା ଯାଇଥିବା ସୂଚନା ମିଳିଛି ।