Odisha news

ଭାରତୀୟ ରେଳବାଇ ଦ୍ୱାରା ବିଦେଶ ଗଲା ପ୍ରଥମ ପାର୍ସଲ ଟ୍ରେନ

0

ନୂଆଦିଲ୍ଲୀ :ଭାରତୀୟ ରେଳ ନିଜ ନାମରେ ଆଉ ଗୋଟିଏ କୀର୍ତ୍ତି ସାମିଲ କରିଛି l ଭାରତୀୟ ରେଳ ପ୍ରଥମ ଥର ପାଇଁ ପାର୍ସଲ ନେଇ ବିଦେଶକୁ ପଠାଯାଇଛି l ରେଳବାଇ ଦ୍ୱାରା ଆନ୍ଧ୍ରପ୍ରଦେଶରେ ଗୁଁଟୁର ଜିଲ୍ଲାରୁ ଶୁଖିଲା ଲଙ୍କାର ଗୋଟିଏ ବିଶେଷ ପାର୍ସଲ ଟ୍ରେନ ପଡୋଶୀ ଦେଶ ବାଙ୍ଗଲାଦେଶକୁ ପଠାଯାଇଛି l ଏହି କିଛି ଦିନ ମଧ୍ୟରେ ଭାରତୀୟ ରେଳ ଅନେକ ଗୁଡିଏ ଉପଲବ୍ଧିକୁ ନିଜ ନାମରେ କରି ନେଇଛି ,ଯେଉଁଥିରେ ୨.୮ କିଲୋମିଟର ଲମ୍ବର ମାଲଗାଡି ରେଳ ଧାରଣାରେ ଦଉଡେଇବା ,ଏବଂ ଗୋଟିଏ ଦିନରେ ସମସ୍ତ ଟ୍ରେନ ସମସ୍ତ ଷ୍ଟେସନରେ ଠିକ ସମୟରେ ପହଂଚିବା l

ରେଳବାଇ ଦ୍ୱାରା ମିଳିଥିବା ସୂଚନା ଅନୁସାରେ ପ୍ରଥମେ ଗୁଁଟୁର ଜିଲ୍ଲାର ଚାଷୀ ଓ ବ୍ୟବସାୟୀ ମାନେ ବହୁତ କମ ମାତ୍ରାରେ ଶୁଖିଲା ଲଙ୍କା ସଡକ ମାର୍ଗରେ ବାଙ୍ଗଲାଦେଶ ପଠାଉଥିଲେ l କରୋନା ମହାମାରୀ ଯୋଗୁ ଲକଡାଉନ ଚାଲିଥିବା ହେତୁ ସଡକ ମାର୍ଗରେ ପଠାଇବା ସମ୍ଭବ ନୁହେଁ ,ତେଣୁ ରେଳବାଇର ଅଧିକାରୀ ମାନଙ୍କ ସହିତ ବ୍ୟବସାୟୀ ମାନେ ସମ୍ପର୍କ କରି ଏହି ସୁବିଧା ନେଇ ଛନ୍ତି l ଭାରତୀୟ ରେଳର ଅଧିକାରୀ ମାନଙ୍କର ସୂଚନା ଅନୁସାରେ ଜୁଲାଇ ୧0 ତାରିଖ ଦିନ ଏହି ବିଶେଷ ରେଳ ଶୁଖିଲା ଲଙ୍କା ନେଇ ବାଙ୍ଗଲାଦେଶର ବେନାପୋଲ ଆଭିମୁଖ୍ୟ ଯାତ୍ରା କରିଥିଲା l ରେଳବାଇ ପକ୍ଷରୁ ନିଅ ଯାଇଥିବା ଏହି ପଦକ୍ଷପ ଦ୍ୱାରା ଟ୍ରାନ୍ସପୋର୍ଟ ଖର୍ଚ ମଧ୍ୟ କମି ଯାଇଥିଲା l

ଆନ୍ଧ୍ରପ୍ରଦେଶରେ ଉନତ ମାନର ଲଙ୍କାଚାଷ କରାଯାଏ l ଏହି ଲଙ୍କାଚାଷ ଗୁଁଟୁର ସହିତ ଆଖପାଖର ଅଂଚଳର ଚାଷୀମାନଙ୍କ ଦ୍ୱାରା ଅତି ନିଷ୍ଠାର ସହିତ କରାଯାଏ ଓ ଏହାର ଗୁଣବାର୍ତ୍ତା ମଧ୍ୟ ବିଦେଶରେ ଖୁବ ଆଦୃତ l

Leave A Reply