Odisha news

CBSE +୨ ପରୀକ୍ଷା ଫଳ ଘୋଷଣା

0

CBSE ର +୨ ପରୀକ୍ଷା ଫଳ ଘୋଷଣା ହୋଇଛି l ମାନବ ସଂସାଧନା ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିସଙ୍କ ଗଣ ମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ +୨ ପରୀକ୍ଷା ଫଳ ଘୋଷଣା କରାଯାଇଛି l ବୋର୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଚଳିତ ବର୍ଷ ୮୮.୭୮ ପ୍ରତିଶତ ଛାତ୍ର +୨ CBSE ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି l ଚଳିତ ବର୍ଷ +୨ ପରୀକ୍ଷାରେ ତ୍ରିବେନ୍ଦ୍ରମ ,ବେଙ୍ଗାଲୁର ଓ ଚେନାଇର ପ୍ରଦର୍ଶନ ଟପ ୩ରେ ରହିଛି l ଏହି ବର୍ଷ ଦିଲ୍ଲୀ ଜୋନରେ ୯୪.୩୯ ପ୍ରତିଶତ ପରିଣାମ ଆସିଛି ,ଝିଅ ମାନଙ୍କର ପାସ ହାର ୯୨.୧୫ ପ୍ରତିଶତ ରହିଛି l ଚଳିତ ବର୍ଷ ମଧ୍ୟ ଝିଅ ମାନଙ୍କର ପ୍ରଦର୍ଶନ ପୁଅ ମାନଙ୍କ ଅପେକ୍ଷା ୫.୬୯ ପ୍ରତିଶତ ଭଲ ହୋଇଛି l

ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ କରୋନା ମହାମାରୀକୁ ନେଇ CBSE ବୋର୍ଡ ପରୀକ୍ଷାକୁ ଅଧାରୁ ରଦ୍ଧ କରିବାକୁ ପଡିଥିଲା l ସୂଚନା ଯୋଗ୍ୟଯେ CBSE ବୋର୍ଡ +୨ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବୈକଲ୍ପିକ ପରୀକ୍ଷା ଆୟୋଜନ କରିବା l ଯାହା ଦ୍ୱାରା ଛାତ୍ରଛାତ୍ରୀ ମାନେ ନିଜ ପରିଣାମରେ ସୁଧାର ଆଣିପାରିବେ l

Leave A Reply