ପିପିଲି-;ପିପିଲି ବ୍ଲକ ଅଧିନସ୍ଥ ଦୃର୍ଗାଦାଶପୁର ପଞ୍ଚାୟତରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରପଞ୍ଚ ବାସନ୍ତି ବେହେରା ଠଣଠଣା ମୈାଜାର ସେଠୀସାହୀ,ଜେନାସାହୀକୁ ପ୍ରବେଶ ପଥକୁ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି । ତତ୍ ସହିତ ଉକ୍ତ ଗ୍ରାମର ପ୍ରବେଶ ପଥର ଉଭୟ ପାର୍ଶ୍ୟକୁ ବାଉଁଶ ବାଡ କରାଯାଇ ସିଲ କରାଯାଇଛି ।
ଏହି ଗ୍ରାମରୁ ଲୋକମାନେ କେହୀ ବାହାରକୁ ଯିବେ ନାହିଁ କି ବାହାର ଗ୍ରାମର ଲୋକମାନେ ଏହି ଗ୍ରାମକୁ ଆସିବେ ନାହିଁ ସରକାରଙ୍କ କୋଭିଡ୍-୧୯ର ସମସ୍ତ ନିୟମ ମାନି ଚଳିବେ ବୋଲି ସରପଞ୍ଚଙ୍କ ଘୋଷଣା କରିଛନ୍ତି । ସମସ୍ତେ ସାମାଜିକ ଦୁରତା ବଜାୟ ରଖିବା ସହିତ ମୁହଁରେ ମାକ୍ସ ପିନ୍ଧିବା,ସାବୁନ ରେ ହାତ ଗୋଡ ଧୋଇବା ପାଇଁ ସରପଂଚ ଉକ୍ତ ଗ୍ରାମର ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟତ୍ର ଆଦେଶ ନଆସିବା ପର୍ଯ୍ୟନ୍ତ ଅବରୋଧ ଅଂଚଳ ଭାବେ ବଳବତର ରହିବ ବୋଲି ସରପଂଚ ଚିଠି ନମ୍ବର ୩୨/୧୦ ରେ ଉକ୍ତ ଅଂଚଳରେ ନୋଟିସ ଜାରି କରାଯାଇଛି ।
