Odisha news

ରାସଗୋବିନ୍ଦପୁର ଥାନା ପୁଲିସ ଶିଶୁପାଳ ହୋଇ ଫରିଲେ

0

ବାରିପଦା :  ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ପୁଲିସ ଆଜି ଶିଶୁପାଳ ହୋଇ ଫେରିଆସିଛି । ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଙ୍ଗଠନର ପୂର୍ବତନ ଜିଲ୍ଲା ସଭାପତି ଡ଼ା କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଗିରଫ କରିବା ନିମନ୍ତେ ତାଙ୍କ ବାସଭବନ ଉପରେ ସଶସ୍ତ୍ର ପୁଲିସ ଚଢ଼ାଉ କରି ଖାଲିହାତରେ ଫେରିବାକୁ ନେଇ ଲୋକହସା ହେବା ସାଙ୍ଗକୁ ବିଭିନ୍ନ ମହଲରୁ ସମାଲୋଚନାର ସମ୍ମୁଖୀନ ମଧ୍ୟ ହୋଇଛି । ବାହାରେ ପୁଲିସ ଉପସ୍ଥିତ ରହିଥିବା ସମୟରେ ଡ଼ା. ମହାପାତ୍ର କୌଶଳ କ୍ରମେ ଘରୁ ପୁଲିସ ଆଖିରେ ଧୂଳି ଦେଇ ଖସି ପଳାଇଯିବାରେ ସଫଳ ହୋଇଛନ୍ତି । ରାସଗୋବିନ୍ଦପୁର ଥାନା ଅଧିକାରୀ ଲୋପାମୂଦ୍ରା ନାୟକଙ୍କ କହିବା ଅନୁସାରେ ଗତ ଜୁଲାଇ ୭ରେ ରାସଗୋବିନ୍ଦପୁର ତହସିଦାର କାର୍ଯ୍ୟାଳୟ ପ୍ରକୋଷ୍ଠ ଭିତରକୁ ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଙ୍ଗଠନର ପୂର୍ବତନ ଜିଲ୍ଲା ସଭାପତି ଡ଼ା କୃଷ୍ଣଚନ୍ଦ୍ର ମହାପାତ୍ର ଓ କେତେକ ଦଳୀୟ କର୍ମୀ ପ୍ରବେଶ କରି ତହସିଲଦାରଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ସହ ବାନ୍ଧି ପିଟିବା ମାରିବା ଆଦିର ଧମକ ଚମକ ଦେବା, କୋଭିଡ଼-୧୯ ମାଗଦର୍ଶୀକାକୁ ଉଲ୍ଲଙ୍ଘନ କରିବା ଆଦିକୁ ନେଇ ତହସିଲଦାର ପ୍ରଭାତ କୁମାର ମହାପାତ୍ର ରାସଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏହାକୁ ନେଇ ଥାନାରେ କେଶ ନମ୍ବର ୧୨୨/୨୦୨୦ ଏବଂ ଆଇପିସି ଧାରା ୨୯୨, ୩୫୩, ୫୦୬ / ୫୧ ଏକ ମାମଲା ରୁଜୁ କରାଯାଇଥିଲା । ଉକ୍ତ କେଶ ବଳରେ ଡା. ମହାପାତ୍ରଙ୍କ ଘରକୁ ତଦନ୍ତ କରିବା ନିମନ୍ତେ ଯାଇଥିଲୁ । ଏହି ସମୟରେ ତାଙ୍କ ଘର ଭିତରେ ୨ ଜଣ ଦଳୀୟ ଲୋକ ଉପସ୍ଥିତ ରହିଥିଲେ । ଡ଼ାକ୍ତର ମହାପାତ୍ରଙ୍କ ସ୍ତ୍ରୀ ସବୁ ଶୁଣିବା ପରେ ୱେଲକାମ୍ ଜଣାଇବା ସହ ତାଙ୍କ ସ୍ୱାମୀ ଅଳ୍ପ ସମୟ ପୂର୍ବରୁ ରହିଥିଲେ ଓ ବର୍ତମାନ ଘରେ ନାହାନ୍ତି ବୋଲି କହିଥିଲେ । ଏଥି ସହିତ ଘର ଭିତରେ ଦେଖି ପାରନ୍ତି ବୋଲି କହିଥିଲେ । ଘର ଭିତରକୁ ପଶିବା ସମୟରୁ ବାହାରିବା ପର୍ଯ୍ୟନ୍ତ ଟିକିନିଖିର ଭିଡ଼ିଓ ରେକଡ଼ିଂ କରିଛନ୍ତି ବୋଲି ରାସଗୋବିନ୍ଦପୁର ଥାନା ଅଧିକାରୀ ଲୋପାମୂଦ୍ରା ନାୟକ କହିଥିଲେ । ମାତ୍ର ଥାନା ଅଧିକାରୀଙ୍କ କଥାକୁ ଖଣ୍ଡନ କରିଛନ୍ତି ଭାଇ ଅଜୟ ମହାପାତ୍ର । ସେ ବାଲେଶ୍ୱରରେ ଥିଲେ । ଖବର ପାଇ ଆସି ଘରେ ପହଂଚି ମାଙ୍କ ନିକଟରୁ ସମସ୍ତ ବିଷୟରେ ଅବଗତ ହୋଇଥିଲେ । ରାସଗୋବିନ୍ଦପୁର ଥାନା ଅଧିକାରୀଙ୍କ ସହିତ ପ୍ରାୟ ୨୫ରୁ ଅଧିକ ପୁଲିସ ବିନା ସର୍ଚ୍ଚ ୱାରେଣ୍ଟରେ ଘର ଭିତରକୁ ପ୍ରବେଶ କରିଥିଲେ । ଏହି ସମୟରେ ଭାଇ କୃଷ୍ଣଚନ୍ଦ୍ରଙ୍କ ଶାଶୁ କାଂଚନଜୀ ସର୍ଚ୍ଚ ୱାରେଣ୍ଟ ବିଷୟ ଉଠାଇଥିଲେ । ଘରେ ମହିଳାମାନେ ରହିଥିବାରୁ ପୁରୁଷ ପୁଲିସଙ୍କ ପ୍ରବେଶ ଉପରେ ପ୍ରଶ୍ନ ମଧ୍ୟ ଉଠାଇଥିଲେ । ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ୨୫ରୁ ଅଧିକ ମହିଳା ଓ ପୁରୁଷ ପୁଲିସ ଘର ଭିତରକୁ ପ୍ରବେଶ କରିବା ଆଇନର ବିରୁଦ୍ଧାଚରଣ । ପୁଣି ବର୍ତମାନ କରୋନା ମହାମାରୀ ବ୍ୟାପିଥିବା ସମୟରେ ଏବଂ ପୁଲିସ ବିଭାଗରେ କରୋନା ପଜିଟିଭ କେଶ ଚିହ୍ନଟ ହୋଇଥିବା ବିଷୟକୁ ନେଇ ଜନସାଧାରଣରେ ଚର୍ଚ୍ଚା ହେଉଥିବା ସମୟରେ ବିନା ସେନିଟାଇଜର ଆଦିରେ ଘର ଭିତରକୁ ପୁଲିସର ପ୍ରବେଶ ଆଇନର ସମ୍ପୂର୍ଣ୍ଣ ବିରୋଧାଚରଣ ବୋଲି ଭାଇ ଅଜୟ ମହାପାତ୍ର କହିଛନ୍ତି । ପୁଣି ୭ ବର୍ଷରୁ କମ ଦଣ୍ଡ ଥିବା ଅଫେନସ୍ ଲାଗୁ ହୋଇଥିଲେ ଅଭିଯୁକ୍ତକୁ ଗିରଫ ବଦଳରେ ନୋଟିସ କରାଯିବା ନିମନ୍ତେ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ରହିଥିବା ସମୟରେ ପୁଲିସ ଏହି ପ୍ରକାରର ଅଚରଣରେ ବିସ୍ମିତ ବୋଲି କହିଛନ୍ତି ।

Leave A Reply