ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଫିଟ୍ନେସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସେ ନିୟମିତ ଯୋଗ କରନ୍ତି । ଉତ୍ତମ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଶିଳ୍ପା ଶାକାହାରୀ ଜୀବନ ଅତିବାହିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶିଳ୍ପା ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୁଅ ଭିଆନ୍ ସହ ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ସେ ଖେତରୁ ପରିବା ତୋଳୁଥିବା ଦେଖିବାକୁ ମିଳିଥିଲା । ଭିନ୍ନ ଭିନ୍ନ ପ୍ରକାର ପନିପରିବା ଦେଖାଯାଇଥିଲା । ଭିଡିଓ ପୋଷ୍ଟ କରି ସେ ଲେଖିଥିଲେ, ‘ମୋର ଖାସ୍ ସ୍ୱପ୍ନ, ନିଜେ କିଛି ବିକଶିତ କରିବି । ସେଥିପାଇଁ ମୁଁ କିଛି ସେୟାର କରିବାକୁ ଯାଉଛି । ଏହା ମୋର ବ୍ୟକ୍ତିଗତ ପସନ୍ଦ । ଏହି ନିଷ୍ପତ୍ତି ମୋ ପାଇଁ ସାମାନ୍ୟ କଷ୍ଟ ଓ ଅସମ୍ଭବ ଥିଲା । କିନ୍ତୁ ଏବେ ମୁଁ ଶାକାହାରକୁ ସମ୍ପୂର୍ଣ୍ଣ ଭାବେ ଆପଣାଇ ନେଇଛି । ଆରମ୍ଭରୁ ପର୍ଯ୍ୟାବରଣରେ ନିଜ କାର୍ବନ ଫୁଟଫ୍ରିଣ୍ଟ୍ସ କମ୍ କରିବାକୁ ଚାହୁଁଛି । କିଛି ବର୍ଷରେ ଅନୁଭବ କରିଛି ଖାଦ୍ୟ ପାଇଁ ପଶୁ ସମ୍ପଦର କ୍ଷତି ଜଙ୍ଗଲ ନଷ୍ଟ କରିବା ସହ କାର୍ବନ ଡାଇଅକ୍ସାଇଡ୍, ମିଥେନ୍ ଓ ନାଇଟ୍ରୋ ଅକ˜ାଇଡର ସବୁଠୁ ବଡ଼ ସ୍ତ୍ରୋତ ବି ରହିଛି । ମାଂସାହାରୀ ହୋଇଥିବାରୁ ମୋ ୟୁଟୁବ୍ ଚାନେଲରେ ଥିବା କୌଣସି ଡିଶ୍ ଡିଲିଟ୍ କରିବି ନାହିଁ । କିନ୍ତୁ ଏବେ ମୋର ପୂରା ଧ୍ୟାନ ଶାକାହାରୀ ଡିଶ୍ ଉପରେ ଦେବି ।’