ଖୋର୍ଦ୍ଧା : ଖୋର୍ଦ୍ଧା ଆଦର୍ଶଥାନା ଅନ୍ତର୍ଗତ ବିଂକୁଡିଆ ଗ୍ରାମରେ ଶନିବାର ସକାଳୁ ଏକ ଜଙ୍ଗଲୀ ବାରହା ଆକ୍ରମଣରେ ଉକ୍ତ ଗ୍ରାମର ସୁଲୋଚନା ମହାପାତ୍ର(୬୨) ଏବଂ ଯୁବକ ଜଣକ ବ୍ରଜବନ୍ଧୁ ବାରିକ(୩୧) ଆହତ ହୋଇଥିବା ଜଣାଯାଇଛି । ଆହତମାନଙ୍କୁ ଚିକିସôାଲାଗି ଖୋର୍ଦ୍ଧାମେଡିକାଲରେ ଭର୍ତିକରାଯାଇଥିଲା ।
ଘଟଣାରୁ ପ୍ରକାଶ, ଆଜି ଭୋର ପ୍ରାୟ ୬ଟା ସମୟରେ ଏକ ଜଙ୍ଗଲୀ ବାରହା ଗାଁ ମଧ୍ୟକୁ ପଶି ଆସିଥିଲା । ଉକ୍ତ ସମୟରେ ସୁଲୋଚନା ଓ ବ୍ରଜବନ୍ଧୁ ଗାଁ ଦାଣ୍ଡରେ ଥିବା ଫୁଲଗଛ ରୁ ଫୁଲତୋଳୁଥିଲେ । ବାରହାଟି ସୁଲୋଚନା ଙ୍କୁ ଆକ୍ରମଣ କରି ବ୍ରଜବନ୍ଧୁଙ୍କୁ ଆକ୍ରମଣ କରିଥିଲା । ଉଭୟଙ୍କ ଚିକôାର ଶୁଣି ଗାଁ ର କିଛି ଲୋକ ରୁଣ୍ଡ ହୋଇଯିବାରୁ ବାରହା ଟି ଜଙ୍ଗଲ କୁ ଯିବାକୁ ରାସ୍ତା ନପାଇ ଗୋଟିଏ କୂଅରେ ଖସିପଡିଥିଲା । ଖବର ପାଇ ଖୋର୍ଦ୍ଧା ବନ ବିଭାଗ କର୍ମଚାରୀ ପହଁଚି ବାରହା ଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛଡିଥିବା ରେଞ୍ଜର ଉତମ କୁମାର ଗଡନାୟକ କହିଛନ୍ତି । ତେବେ ଆହତ ଦ୍ୱୟଙ୍କୁ ସ୍ଥାନୀୟ ଲୋକେ ଚିକିସôା ପାଇଁ ଖୋର୍ଦ୍ଧା ମେଡିକାଲ ରେ ଭର୍ତି କରିଥିଲେ
