Odisha news

ଭୂତ କୋଠିରେ ପରିଣତ ହେଲାଣି ନିର୍ମାଣ ଧିନ କୋଣାର୍କ ରାଜସ୍ୱ କାର୍ଯ୍ୟାଳୟ।

0
କୋଣାର୍କ: ଦୀର୍ଘ ତିନିବର୍ଷ  ପାଖାପାଖି ହେବ କୋଣାର୍କ ମେଡିକାଲ ଛକ ଠାରେ ନିର୍ମାଣ କରାଯାଉଥିବା  ନିଜସ୍ୱ ରାଜସ୍ଵ କାର୍ଯ୍ୟାଳୟ ଅଦ୍ୟାବଧି ଶେଷ ହୋଇନଥିବାରୁ ତାହାଏବେ ଭୂତ କୋଠିରେ ପରିଣତ ହୋଇଛି କହିଲେ ଅତୁକ୍ତି ହେବନି।ଏହି ରାଜସ୍ଵ କାର୍ଯ୍ୟାଳୟ ଟିକୁ ନିର୍ମାଣ ପାଇଁ ପୁତ୍ତବିଭାଗ ୨୦୧୭ମସିହାରେ ପ୍ରାୟ ୪ଲକ୍ଷ 70 ହଜାରଟଙ୍କା ଅନୁଦାନ ଯୋଗାଇ ଦେଇ  ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା ।
ଠିକାଦାର ଉକ୍ତ କାର୍ଯ୍ୟଦେଶ ପାଇବା ପରେ ପୁରୁଣା ଘର ପାଇଁ ଯେତିକି ଅନୁଦାନ ମିଳିଥିଲା ସେଥିରେ ଉକ୍ତ ପୁରୁଣା ଘରକୁ ମରାମତି ଓ ପିଲାର କରି ଆଜେବେଷ୍ଟେସ କାଢି ଛା ତ କରିଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇନଥିବା ଦେଖିବାକୁ ମିଳିଛି।ଏବଂ ଉକ୍ତ କାର୍ଯ୍ୟାଳୟ ପରିସର ଭିତରେ ବିଭିନ୍ନ ଅନାବନା ଗଛ ଉଠି ଜଙ୍ଗଲର ଭ୍ରମ ସୃଷ୍ଟି ହେଉଛି। ଏଠାରେ ସୂଚନା ଥାଉକି ଉକ୍ତ କାର୍ଯ୍ୟାଳୟ ଉପରେ କୋଣାର୍କ ସହିତ ୫୦ଖଣ୍ଡ ଗ୍ରାମର ଜନସାଧାରଣ ସେମାନଙ୍କର ଜମିଜମା ସହ ଅନାନ୍ୟା କାର୍ଯ୍ୟ ପାଇଁ ନିର୍ଭର କରନ୍ତି।ବର୍ତମାନ ଯେଉଁଠି କାର୍ଯ୍ୟାଳୟ  ଅସ୍ଥାୟୀ ଭାବେ ଚାଲୁଛି ତାହା ଅତିରିକ୍ତ ସହସିଲ କାର୍ଯ୍ୟାଳୟ ଅଟେ ।
ରାଜସ୍ଵ ନିରୀକ୍ଷକ ଏଠାରେ ଅତି ସକିଂଣ୍ଣ ଜାଗାରେ କଷ୍ଟରେ କାର୍ଯ୍ୟ କରି ଲୋକମାନଙ୍କୁ ସେବା ଯୋଗାଉଛନ୍ତି।ତେଣୁ ଅତି ଶିଘ୍ର ନିର୍ମାଣ ଧିନ ଉକ୍ତ କାର୍ଯ୍ୟାଳୟ କୁ ସଂପୂଣ୍ଣ କରିବାକୁ  ବିଭାଗ କୁ ନିର୍ଦ୍ଧେଶ ଦେବାକୁ ଏହାଉପରେ ନିର୍ଭର କରୁଥିବା ଅଂଚଳ ବାସୀମାନେ ପୁରୀ ଜିଲ୍ଲାପାଳଙ୍କ ପାଖରେ ଦାବିକରିଛନ୍ତି।
Govt
Leave A Reply