Odisha news

ବୁଗୁଡା : ବୁଗୁଡା ବ୍ଲକରେ ଆଉ ଜଣେ ପଜିଟିଭ, ମୋଟ ସଂଖ୍ୟା ୫

0

ବୁଗୁଡା ୨୦/୬ : ବୁଗୁଡା ବ୍ଲକର ଆଉଜଣେ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ଆଜି ଘୋଷଣା ହୋଇଥିବା ପଜିଟିଭ ବ୍ୟକ୍ତି ଜଣକ ଏ.କରଡ଼ାବାଡ଼ି ପଞ୍ଚାୟତର ହୋଇଥିବା ଥିବା ବେଳେ ଅନ୍ୟ ରାଜ୍ୟରୁ ଆସି ପାଙ୍ଗିଡ଼ି ପଞ୍ଚାୟତର ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଙ୍ଗରୋଧ ଗୃହରେ ଥିଲେ। ସଙ୍ଗରୋଧ କେନ୍ଦ୍ରରେ ଥିବା ସମୟରେ କରୋନା ଲକ୍ଷଣ ଦେଖାଦେବା ଯୋଗୁଁ ସ୍ଲାବ ପରୀକ୍ଷା ପାଇଁ ପଠାଯାଇଥିଲା।

ସେଠାରେ ପଜିଟିଭ ଚିହ୍ନଟ ପରେ କୋଭିଡ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏହି ଚିହ୍ନଟ ବ୍ୟକ୍ତି ଜଣକ ସଙ୍ଗରୋଧ କେନ୍ଦ୍ରରୁ ଯାଇଥିବା ବେଳେ ଗୋଷ୍ଠୀ ସଂକ୍ରମଣର ଭୟ ନଥିବା ବେଳେ କେନ୍ଦ୍ରରେ ଥିବା ଅନ୍ୟ ମାନଙ୍କ ପ୍ରତି ସତର୍କତା ଅବଲମ୍ବନ କରିବା ସହ ସମସ୍ତଙ୍କୁ ୨୧ ଦିନ ପର୍ଯ୍ୟନ୍ତ ସଙ୍ଗରୋଧ କେନ୍ଦ୍ରରେ ରଖିବା ଉଚିତ। କାରଣ ଏହି ବ୍ଲକର ମକରାପଲ୍ଲୀର ପଜିଟିଭ ଚିହ୍ନଟ ବ୍ୟକ୍ତି ମାଣିତରା ସଙ୍ଗରୋଧ କେନ୍ଦ୍ରରେ ୧୫ ଦିନ ରହିବାପରେ ଘରେ ସଙ୍ଗରୋଧରେ ଥିବା ସମୟରେ ୨୧ ଦିନ ମଧ୍ୟରେ କରୋନା ଲକ୍ଷଣ ଦେଖାଦେଇଥିଲା।

ଅନ୍ୟ ତିନିଜଣ ହେଲେ ମୋଟାବାଡ଼ି ସ୍କୁଲର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେବା ଯୋଗାଉଥିବା ବେଳେ ଜଣେ ଶିକ୍ଷୟିତ୍ରୀ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସେ ମୋଟାବାଡ଼ି ଗ୍ରାମରେ ରହୁଥିଲେ। ସେହିପରି ବେତାରସିଂ ଗ୍ରାମର ଯେଉଁ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଥିଲେ ସେ ଘରେ ସଙ୍ଗରୋଧ ରେ ଥିବା ସମୟରେ ବହୁ ବ୍ୟକ୍ତିଙ୍କ ସହ ମିଶିଥିବା ବେଳେ ତାଙ୍କ ସହ ସାଥିରେ ଯାଉଥିବା ତାଙ୍କର ପତ୍ନୀଙ୍କ ମଧ୍ୟ ପଜିଟିଭ ବାହାରିଛି। ସମସ୍ତ ପାଞ୍ଚ ଜଣ ବର୍ତ୍ତମାନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।  ଚାରି ଜଣଙ୍କ ଦ୍ୱାରା ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଥିବାରୁ ବେତାରସିଂ, ମକରାପଲ୍ଲୀ ଓ ମୋଟାବାଡ଼ି ସହ ଆଖପାଖ ଗ୍ରାମକୁ ସଟ୍ ଡାଉନ ଘୋଷଣା କରାଯାଇଛି।

Govt
Leave A Reply