ଜଗତସିଂହପୁର :କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରଜ ପର୍ବକୁ ଘରେ ରହି ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିଲା ।ଏହା ସହିତ ସାଧାରଣ ସ୍ଥାନରେ ଅନୁନ୍ୟ ୬ଫୁଟ ସାମାଜିକ ଦୁରତା ରକ୍ଷା କରିବାକୁ କୁହାଯାଇଥିଲା ।ସମସ୍ତ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତା ମୁଳକ କରାଯାଇଛି ।ମାସ୍ତ ପିନ୍ଧୁ ନଥିବା ଲୋକମାନଙ୍କ ଠାରୁ ଫାଇନ ଆଦାୟ କରାଯିବ ।ଏହି ନିୟମକୁ ଉଲ୍ଲଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ଗାଁ ଗୁଡିକରେ ପେଟ୍ରୋଲିଂ କଡାକଡି କରାଯିବାକୁ ପଦେକ୍ଷପ ନିଆଯିବା ସହିତ ରଜ ପର୍ବକୁ କଟକଣା ସହିତ ପାଳନ କରାଯିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।
ଏହା ସହିତ ଆଜି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅନ୍ୟ ଏକ ଗାଇଡ ଲାଇନ ଜାରି କରିଛନ୍ତି ।ଆଜି ଠାରୁ ଜିଲ୍ଲାରେ ମେଡିସିନ ଦୋକାନକୁ ଛାଡି ଦେଲେ ଅନ୍ୟ ଅନୁମତି ପ୍ରାପ୍ତ ଦୋକାନ ଗୁଡିକ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ।ଏହା ସହିତ ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପ ମଧ୍ୟ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୫ ଟାରେ ପରେ ବନ୍ଦ ରଖିବାକୁ ଜିଲ୍ଲାପାଳ ପେଟ୍ରୋଲ ପମ୍ପ ମାଲିକମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । କେବଳ ପାରାଦ୍ୱୀପ ଅଠରବାଙ୍କୀର ପୋର୍ଟ ସର୍ଭୀସ ଓ ଦୀପ ଅଏଲ ସର୍ଭୀସ ଦୁଇଟି ପେଟ୍ରୋଲ ପମ୍ପ ଖୋଲା ରହିବ ।