Odisha news

ପୋଲିସ ଚଢ଼ାଉ : ଏଗାର ଜୁଆଡି ଗିରଫ, ୬୨୮୦୦ ଟଙ୍କା , ୪ ବାଇକ ଓ ୧୧ ମୋବାଇଲ ଜବତ

0

ଆସିକା ୯/୬ :  ଆସିକା ଥାନା ଅନ୍ତର୍ଗତ ଭେଟନଇ ଗ୍ରାମ ରେ ଚାଲି ଥିବା ଜୁଆ ଖେଳ ଉପରେ ମଙ୍ଗଳବାର ଦିନ ପୋଲିସ ଚଢ଼ାଉ କରିଛି।ଗ୍ରାମ ନିକଟ ରେ ଥିବା କଙ୍କଣ ଦେବୀ ଠାକୁରାଣୀ  ପର୍ବତ ରେ ଜୁଆ ଖେଳ ଚାଲି ଥିବା ନେଇ ବିଶେଷ ସୂତ୍ର ରୁ ଖବର ପାଇ  ଥିବା  ପୋଲିସ ମଧ୍ୟାହ୍ନ ରେ ଚଢ଼ାଉ କରି ଜୁଆ ଖେଳୁଥିବା ଏଗାର ଜୁଆଡି ଙ୍କୁ ଗିରଫ କରିବା ସହ ସେମାନ ଙ୍କ ନିକଟ ରୁ ୬୨୮୦୦  ଟଙ୍କା ୪ ବାଇକ ଓ ୧୧ ମୋବାଇଲ ପୋଲିସ ଜବତ କରିଛି।ଏସଂପର୍କରେ ରେ ଥାନା ରେ ମାମଲା  ରୁଜୁ ହୋଇଥିବା ଭାର ପ୍ରାପ୍ତ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି।

କରୋନା  ସଂକ୍ରମଣ ରୋକିବା ନେଇ ସାମାଜିକ ଦୁରତ୍ଵ ପ୍ରତି ଗୁରୁତ୍ୱାରୋପ କରି  ପ୍ରଶାସନ  ବାରମ୍ବାର ସଚେତନତା ସହ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଗ୍ରାମାଞ୍ଚଳ ଯୁବ ସମାଜ ଓ ଜନସାଧାରଣ ଙ୍କ ଚାଲି ଚଳନ ରେ ପରିବର୍ତନ ହେଉନଥିବା ଓ ଜୁଆ ଖେଳ ବୃଦ୍ଧି ପୋଲିସ ର  ଚିନ୍ତା ର କାରଣ ହୋଇଛି।

Govt
Leave A Reply