Odisha news

ସଙ୍ଗରୋଧ ଥିବା ୨୨୭ ପ୍ରବାସୀଙ୍କୁ ନିଜ ଘରକୁ ପଠାଇଲା ପ୍ରଶାସନ

0
ଆସିକା ୨୪/୫ :  ସୁରତ ରୁ ବସ ଯୋଗେ ଫେରି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ୨୧ ଦିନ ଧରି ସଂଗ ରୋଧ ଥିବା ୨୨୭ ପ୍ରବାସୀ ଙ୍କୁ ଆଜି ସେମାନଙ୍କ ନିଜ ନିଜ ଘରକୁ ପଠାଇ ଦିଆଯାଇଛି। ଆସିକା ଏନ୍ ଏ ସି ଅନ୍ତର୍ଗତ ସରକାରୀ ନିରଞ୍ଜନ ମହିଳା ମହା ବିଦ୍ୟାଳୟ ରୁ ୨ ମହିଳା, ୮୧ ପୁରୁଷ ଙ୍କ ସହ ୮୩ ଜଣ ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରୁ ୧୪୦ ପୁରୁଷ,୨ ମହିଳା,୨ ଶିଶୁ ଙ୍କୁ ମିଶାଇ ୧୪୪ଜଣ ଙ୍କୁ ଭାବପୂର୍ଣ୍ଣ ବିଦାୟ ଜଣାଇଥିଲେ।
ସଂଗରୋଧ ଗୃହ  ରେ  ରହୁଥିବା ଏହି ସୁରଥ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କୁ ରବିବାର ସକାଳୁ ଫୁଲ ଚନ୍ଦନ ଦେଇ ସମ୍ବର୍ଦ୍ଧନା  କରିବା ସହ ମିଠା ଦେଇ ଘରକୁ ପାଠାଇଥିଲା ପ୍ରଶାସନ।   ଆସିକା ତହସିଲଦାର ସଦନାଦ ସେଠୀ, ଏ ବି ଡ଼ି ଓ ପ୍ରଦୀପ ପଣ୍ଡା,ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରି ଅଶୋକ କୁମାର ପଣ୍ଡା ଓ ଅନ୍ୟାନ୍ୟ ଅଧିକାରୀ  ଉପସ୍ଥିତ ରହି ପ୍ରବାସୀ ଫେରନ୍ତା ଙ୍କୁ ନିଜ ନିଜ ଘରକୁ ପଠାଇଥିଲେ।
Govt
Leave A Reply