Odisha news

ଯାଜପୁର ରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ୍ ସହ ଜିଲ୍ଲାପାଳଙ୍କ ବୈଠକ

0

ଯାଜପୁର :  କରୋନାର ପ୍ରାଦୁର୍ଭାବ ଜିଲ୍ଲାରେ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ ଯାଜପୁର ଜିଲ୍ଲାଗସ୍ତ କରିଛନ୍ତି । ଏହି ଟିମ୍ ସ୍ୱାସ୍ଥ୍ୟ ସଂପର୍କରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବା ପରେ ଜିଲ୍ଲାସ୍ୱାସ୍ଥ୍ୟ ବିଭାଗକୁ ଉପଯୁକ୍ତ ପରାମର୍ଶ ଦେବେ । ସେହିପରି ଜିଲ୍ଳାରେ କରୋନା ପଜିଟିଭର ସ୍ଥିତି ଓ ଚିକିତ୍ସା ପ୍ରଣାଳୀ ସହ ଅନ୍ୟାନ୍ୟ ବ୍ୟବସ୍ଥା ଯଥା ସ୍ୱାବ ସଂଗ୍ରହ, ରିପୋର୍ଟ, ଚିକିତ୍ସାର ସ୍ଥିତି, ବିଭିନ୍ନ ଟି.ଏମ୍.ସିର ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ବୁଧବାର ଅପରାହ୍ନରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏହି ସ୍ୱାସ୍ଥ୍ୟ ଟିମ ପହଞ୍ଚôଥିଲେ ।

ଜିଲ୍ଲାପାଳ ରଂଜନ କୁମାର ଦାସ ସମସ୍ତଙ୍କୁ ସ୍ୱାଗତ କରିବା ସହ ଜିଲ୍ଲାର ସାମ୍ପ୍ରତିକ ସ୍ଥିତି ସଂମ୍ପର୍କରେ ପ·ରି ବୁଝିଥିଲେ ଯାହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସୁଧାଂଶୁ ଶେଖର ବଳ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଚିକିତ୍ସା ବ୍ୟବସ୍ଥା ବିଶୋଧନ ପ୍ରକି୍ରୟା, ସ୍ୱାବ ସଂଗ୍ରହ ସମୟରେ ସତର୍କତା, କଣ୍ଟେନମେଣ୍ଟ ଜୋନରେ ସ୍ୱାସ୍ଥ୍ୟସେବା ବିଭିନ୍ନ ଟି.ଏମ୍.ସି.ରେ ରହୁଥିବା ବ୍ୟକ୍ତିମାନଙ୍କ ସଂର୍ପକରେ ଆଲୋଚନା କରାଯାଇଥିଲା । ଏହି ଟିମ୍ ବିଭିନ୍ନ ଅଞ୍ଚଳ ଗସ୍ତକରି ସ୍ଥିତି ଅନୁଧ୍ୟାନ ସହ ଆବଶ୍ୟକୀୟ ପରାମର୍ଶ ଓ ଚିକିତ୍ସା ସଂପର୍କିତ କୌଶଳ ଅବଗତ କରାଇବେ ।

ଏହି ରିପୋର୍ଟକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବା ସହ ବିବିଧ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯିବ ବୋଲି ଟିମ୍ ଲିଡ଼ର ଡ଼. ୱାଘମାରେ ସୂଚନା ଦେଇଛନ୍ତି । ଏହି ଟିମ୍ରେ କେନ୍ଦ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରରେ ସହକାରୀ ନିଦେ୍ର୍ଦଶକ  ଡା. ତୁଷାର ନାଲେ, ଆରଏମ୍ ଆର ସିର ପ୍ରତିନିଧି ଡା. ସୋମାଲ କର ପ୍ରମୁଖ ରହିଛନ୍ତି । ପୈଠକରେ ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ମିହିର ପ୍ରସାଦ ମହାନ୍ତି, ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଡା. ପାର୍ଥସାରଥୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply