Odisha news

ସଟର ତାଡି ଟଙ୍କା ଧରି ଚମ୍ପଟ ମାରିଲେ ଦୁର୍ବୁତ , ସଂଧାନୀ କୁକୁର ସାହାର୍ଯ୍ୟରେ ବିରିଡି ପୋଲିସ ତନାଘନା

0

ବିିରିଡି, ୧୧ା୦୫ ; ବିରିଡି ବ୍ଲକର ବିରିଡି ଛକ ଠାରୁ ବ୍ଲକକୁ ଯାଇଥିବା ରାସ୍ତା ପାଶ୍ୱରେ ଥିବା ଜୟ ଦୁର୍ଗା ଇଣ୍ଡେନ ଡିଷ୍ଟିବ୍ୟୁଟର ସେଂଟରରୁ ଗତ ରବିବାର ବିଳମ୍ବିତ ରାତ୍ରୀରେ କେତେକ ଅଜଣା ଦୁର୍ବୁତ ସଟର ତାଡି ଭିତରେ ପଶି ଗଦରେଜରେ ଥିବା ନଗଦ ୧୦ ହଜାର ଟଙ୍କା ଓ ସିସି କ୍ୟାମେରା ପାଇଁ ଥିବା ହାର୍ଡ ଡିସ୍କ ମେସିନ କୁ ଉଠାଇ ନେଇ ଫେରାର ହୋଇଯାଇଥିବା ବିରିଡି ଥାନାରେ ଅଭିଯୋଗ ହୋଇଛି ।

ଚୋରୀ କରିଥିବା ଦୁର୍ବୁତ ମାନେ ସଟର ତାଡିବା ଓ ଭାଂଗିବା ବେଳେ ବ୍ୟବହାର କରିଥିବା ସାବଳ, ପ୍ଲାସ, ରେଂଚି ଛାଡି ଚାଲିଯାଇଥିବା ଦେଖିବାକୁ ମିଳିଛି । ତେବେ ଅଭିଯୋଗ ପାଇଁ ବିରିଡି ଆଇ ଆଇ ସି ପାରାଓଟୁଡୁ ଓ ଏସଆଇ ଜୀବନ ଲାକ୍ରା ସଂଧାନୀ କୁକୁର ସହାୟତାରେ ଏହି ଚୋରୀ ଘଟଣା ଉପରେ ବିଭିନ୍ନ ଜାଗାରେ ଛାପା ମାରିବା ଆରମ୍ଭ କରିଛି ।

ଲକଡାଉନ ସମୟରେ ଜିଲ୍ଲାକୁ ପ୍ରବାସୀମାନେ ଦିନ ରାତି ସବୁ ସମୟରେ ଫେରୁଥିବାରୁ ସେମାନଙ୍କ ପାଇଁ ବିରିଡି ପୋଲିସ ବ୍ୟସ୍ତ ରହୁଥିବାରୁ ଏହାର ସୁଯୋଗ ନେଇ ଦୁର୍ବୁତମାନେ ଏହି ଘଟଣା ଘଟାଇଥିବା ସନେ୍ଦହ କରାଯାଉଛି ।

Govt
Leave A Reply