Odisha news

ରାଜମିସ୍ତ୍ରୀ ସଂଘ ପକ୍ଷରୁ କରୋନା ଯୋଦ୍ଧା ହୋମଗାର୍ଡ ଗୈାରୀ ବେହେରାଙ୍କୁ ସାଇକେଲ ପ୍ରଦାନ

0

ପିପିଲି-ବିଶ୍ୱ ମାତୃ ଦିବସ ଅବସରରେ ପିପିଲିର କରୋନା ଯୋଦ୍ଧା ଭାବେ ପରିଚିତ ମହିଳା ହୋମଗାର୍ଡ ଗୈାରୀ ବେହେରାଙ୍କୁ ସିଦେ୍ଧଶ୍ୱର ଦେବ ରାଜମିସ୍ତ୍ରୀ ସଂଘ ପକ୍ଷରୁ ଏକ ନୁତନ ସାଇକେଲ ପ୍ରଦାନ କରାଯାଇଛି ।ଏକମାତ୍ର କନ୍ୟାକୁ କରୋନା ଯୁଦ୍ଧ ସମୟରେ ହରାଇ ମଧ୍ୟ କର୍ତବ୍ୟ ରେ ଅବହେଳା ନକରି ଡିୟୁଟି କରି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ରାଜ୍ୟରୁ ଚାରିଆଡୁ ଗୈାରୀ ପ୍ରଶଂସିତ ହୋଇ ପାରିଛନ୍ତି ।ତାଙ୍କର ଏହି କର୍ତବ୍ୟ ପରାୟଣ କାର୍ଯ୍ୟପାଇଁ ରାଜମିସ୍ତ୍ରୀ ସଂଘର ଉପଦେଷ୍ଟା ଶଶାଙ୍କ ଶେଖର ମହାନ୍ତି ,ସଭାପତି ମହେନ୍ଦ୍ର କୁମର ମାଝୀ,ସମ୍ପାଦକ ବିନୋଦ ବେହେରା,କୋଷାଧ୍ୟକ୍ଷ ପର୍ଶୁରାମ ସେଠୀ ପ୍ରମୁଖ ପିପିଲି ଥାନା ଅଧିକାରୀ ଶରତ କୁମାର ସାହୁ,ସବଇନ୍ସପେକ୍ଟର ସନ୍ଦୀପ କୁମାର ଦାସ,ଏଏସଆଇ ରବିନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତରେ ଥାନାରେ ପହଂଚି ସଂଘ ପକ୍ଷରୁ ସାଇକେଲ ପ୍ରଦାନ କରିବା ସହିତ ଗୈାରୀଙ୍କ କନ୍ୟା ବିୟୋଗ ପାଇଁ ସମବେଦନା ଜଣାଇ ତାର ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

Govt
Leave A Reply