ଗରମ ଦିନରେ ଆମ ଦେହରୁ ଅଧିକ ଝାଳ ବାହାରିବା ଦ୍ୱାରା ଆମ କେଶ ସବୁବେଳେ ଓଦା ରହିବା ସହିତ ମୁଣ୍ଡ କୁଣ୍ଡାଇ ହୋଇଥାଏ l ତାସହିତ କେଶ ଝାଡ଼ିବା ମଧ୍ୟ ବଡ ସମସ୍ୟା ଦେଖାଯାଏ l
* ସର୍ବ ପ୍ରଥମେ ଖରାଦିନେ ଅଧିକ ଝାଳ ବାହାରୁ ଥିବା ହେତୁ କେଶକୁ ସବୁବେଳେ ସଫା ରଖିବା ଉଚିତ୍ l
* ସପ୍ତାହକୁ ଦୁଇରୁ ତିନି ଥର ସ୍ସlମ୍ପୁ କରିବା ଆବଶ୍ୟକ l ଅତି କମ ମାତ୍ରାରେ କଣ୍ଡିସନରର ବ୍ୟବହାର କରିବା ଉଚିତ୍ l
* ଯେତେବେଳେ ଆମେ ଘର ବାହାରକୁ ବାହାରୁଚେ ସେହି ସମୟରେ ମୁଣ୍ଡକୁ ଏକ କପଡା ସାହାଯ୍ୟରେ ଘୋଡାଇ ଯିବା ଉଚିତ୍ l କାରଣ ସୂଯ୍ୟଙ୍କର ଅତି ବାଇଗଣୀ ରଶ୍ମି ଦ୍ୱାରା କେଶ ଖରାପ ହୋଇ ନଥାଏ l
* ସପ୍ତାହକୁ ଥରେ କେଶ ମୂଳରେ ଦହି ,ମହୁ,ଓ ଲେମ୍ବୁରା ସମିଶ୍ରଣରେ ତିଆରି ପେଷ୍ଟକୁ ମାଲିସ୍ କରି ଧୋଇଲେ କେଶ ଶୁଷ୍କ ହୁଏନାହିଁ l
* କେଶ ପାଇଁ ଅଧିକ ସାମ୍ପୁ ବ୍ୟବହାର ହାନିକାରକ ଅଟେ l ତେଣୁ ରିଠା ଫଳକୁ ପାଣିରେ ବତୁରାଈ ଅଁଳା ଗୁଣ୍ଡ ଓ ସିକାକାଇ ଗୁଣ୍ଡ ମିଶାଇ କେଶରେ ଲଗାଇ ଧୋଇଲେ ,ଚୁଟି ଘାନହେବା ସହିତ ଜଲ୍ଦୀ ପାଚି ନଥାଏ l