ଋଷି କାପୁର କର୍କଟ ରୋଗ ସହିତ ୨ ବର୍ଷ ପର୍ଯ୍ୟନ୍ତ ସଂଘର୍ଷ କରିବା ପରେ ,ଗତମାସ ୩0 ତାରିଖ ଦିନ ମୁମ୍ବାଇର ରିଲାଏନ୍ସେ ଫାଉଣ୍ଡେସନ ହସ୍ପିଟାଲ ରେ ଶେଷ ନିଶ୍ୱାସ ତ୍ୟାଗ କଲେ l ମୃତ୍ୟ ବେଳକୁ ତାଙ୍କୁ ୬୭ ହୋଇଥିଲା l ଏହି ମହାନାୟକଙ୍କ ମୃତ୍ୟ ପରେ ତାଙ୍କ ଟ୍ୱିଟର ଆକାଉଣ୍ଟର କିଛି ରୋଚକ ତଥ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଚି l
ବିନୋଦ ଖାନା ଙ୍କ ମୃତ୍ୟ ପରେ ଋଷି କାପୁର କ୍ଷୋଭ ପ୍ରକାଶ କରି ଟ୍ୱିଟ କରିଥିଲେ ଯେ “ମୁଁ ମରିଗଲାପରେ ମତେ କେହି କନ୍ଧାଦେବେନି ” କାରଣ ବିନୋଦ ଖାନଙ୍କ ନିଧନ ପରେ ବଲିଉଡର ନୂତନ କଳାକାର ମାନଙ୍କ ମଧ୍ୟରୁ କେହିବି ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇନଥିଲେ l ଏହା ଋଷି କାପୁରଙ୍କୁ ମର୍ମାହତ କରିଥିଲା l
ଏହା ସହିତ ଋଷି ସୋସିଆଲ ମିଡିଆରେ ମଧ୍ୟ ନୂତନ କଳାକାର ମାନଙ୍କୁ ନେଇ ବେଶ ସମାଲୋଚନା କରିଥିଲେ l କହିଥିଲେ କି “ଆଜିକାଲିର କଳାକାରଙ୍କ ପାଇଁ ଏହା ଏକ ନିନ୍ଦନିଅ କାମ l ପୁରୁଣା କଳାକାରଙ୍କୁ ସାନ୍ନମାନ ଦେବା ଶିଖିବା ଉଚିତ l ଏଥିରୁ ମୁଁ ଗୋଟେ ଶିକ୍ଷା ପାଇଲି ଯେ ମତେ ପ୍ରସ୍ତୁତ ରହିବାକୁ ପଡିବ କି ମୋର ମୃତ୍ୟୁ ପରେ ମଧ୍ୟ ମତେ କେହି କନ୍ଧାଦେବାକୁ ଆସିବେନି l “