Odisha news

ଭଞ୍ଜନଗର ଉପଜିଲ୍ଲାପାଳଙ୍କ ତୁଫାନୀ ଗସ୍ତ : ଫେରନ୍ତା ପ୍ରବାସୀଙ୍କ ପାଇଁ ବ୍ୟବସ୍ଥାର ସମୀକ୍ଷା

0

ଭଞ୍ଜନଗର : କରୋନା ମୁକାବିଲା କ୍ଷେତ୍ରରେ ଆସୁଥିବା ଚତୁର୍ଥ ପର୍ଯ୍ୟାୟ ଓଡ଼ିଶା ପାଇଁ ବିପଜ୍ଜନକ ସାଜିପାରେ, କାରଣ ଯେଉଁ ସବୁ ପ୍ରବାସୀ ଓଡ଼ିଆ ଶ୍ରମିକ ଆସିବେ, ସେମାନେ ଅଧିକ ସଂକ୍ରମିତ ହୋଇଥିବା ରାଜ୍ୟରେ ଅଛନ୍ତି । ଏଣୁ ରାଜ୍ୟ ସରକାର ଗୋଟିଏ ପଟେ ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ପଦକ୍ଷେପ ନେବା ସହ ଏ ସମୟରେ ରାଜ୍ୟରେ ଯେଉଁ ବିପଜ୍ଜନକ ସ୍ଥିତି ସୃଷ୍ଟି ହେବ ତାର ଅନୁରୂପ ଭାବେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ଭଞ୍ଜନଗର ଉପଖଣ୍ଡରେ । ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ସୋମବାର ବୁଗୁଡ଼ା ବ୍ଲକ୍ର ଏ. କରଡ଼ାବାଡ଼ି ଏବଂ ପୋ·ଲୁଣ୍ଡି ଓ ବେଲଗୁଣ୍ଠା ବ୍ଲକ୍ର ମଙ୍ଗଳପୁର, ବଙ୍କା, ଆମ୍ବପୁଆ ଏବଂ ଉଢ଼ୁରା ପଞ୍ଚାୟତ ତୋଫାନୀ ଗସ୍ତ କରି କ୍ୱାରେଣ୍ଟାଇନ୍ ସେଣ୍ଟରର ସ୍ଥିତି ବୁଲି ଦେଖିଛନ୍ତି । ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ, ପି.ଇ.ଓ., ଜି.ଆର୍.ଏସ୍ ଜେଇମାନଙ୍କୁ ଆଗନ୍ତୁକଙ୍କ ତଥ୍ୟ ସହ ରହିବାର ସମସ୍ତ ବ୍ୟବସ୍ଥା ତୁରନ୍ତ ସାରିବାକୁ ନିଦେ୍ର୍ଦଶ ଦେଇଥିଲେ । ସୂଚନା ପ୍ରକାରେ ବୁଗୁଡ଼ା ବ୍ଲକ୍ର ଏ. କରଡ଼ାବାଡ଼ି ଏବଂ ପୋ·ଲୁଣ୍ଡି ପଞ୍ଚାୟତକୁ ଯଥାକ୍ରମେ ୬୫୭ ଓ ୮୦୦ ଜଣ, ବେଲଗୁଣ୍ଠା ବ୍ଲକର ବଙ୍କାକୁ ୭୦୦ ରୁ ୮୦୦ ଜଣ, ଆମ୍ବପୁଆକୁ ୭୦୦ଜଣ ଏବଂ ଉଢ଼ୁରା ପଞ୍ଚାୟତକୁ ୭୦୦ ଜଣ ଫେରିବାର ଅନୁମାନ କରାଯାଉଛି । ବର୍ତ୍ତମାନ ଫେରନ୍ତା ପ୍ରବାସୀଙ୍କ ପଞ୍ଜୀକରଣ ·ଲୁ ରହିଥିବା ଉପଖଣ୍ଡ ସୂଚନା ଓ ଲୋକ ସର୍ମ୍ପକ ଅଧିକାରୀ ଫକୀର ମୋହନ ମାଝି ପ୍ରକାଶ କରିଛନ୍ତି ।

Leave A Reply