Odisha news

ବ୍ଲକ ପ୍ରଶାସନ ତରଫରୁ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ। ପ୍ରଥମ ଦିନରେ ୧୧୬୨ ଲୋକ ମାଗଣା ରନ୍ଧା ଖାଦ୍ୟ ଖାଇଲେ।

0
ବୋରିଗୁମ୍ମା —  କରୋନା ଭାଇରସ କୁ ଅବରୋଧ କରିବା ପାଇଁ କେନ୍ଦ୍ର ସରକାର ୨୧ ଦିନିଆ ଲକ ଡାଉନ କରିଛନ୍ତି। ଏହାଦ୍ୱାରା ଗରିବ, ଅସହାୟ ଓ ଶ୍ରମିକ ଶ୍ରେଣୀ ର ଲୋକମାନେ ବହୁତ ପ୍ରଭାବିତ ହେଉଛନ୍ତି। କିଛି ଲୋକ ଦୁଇ ଓଳା ଭଲ ଭାବରେ ଖାଇବାକୁ ପାଉନାହାନ୍ତି। ଗରିବ, ଅସହାୟ ଓ ଶ୍ରମିକ ଲୋକ ମାନଙ୍କ ପାଇଁ ରାଜ୍ୟ ସରକାର ଦିନରେ ମାଗଣା ରନ୍ଧା ଖାଦ୍ୟ ଦେବାକୁ ପ୍ରତି ଜିଲ୍ଲାର ଜିଲ୍ଲାପାଳ ଙ୍କୁ ନିର୍ଦେଶ ଦେଇଛନ୍ତି। ବୋରିଗୁମ୍ମା ଓଡ଼ିଶାର ବୃହତ ବ୍ଲକ ହୋଇଥିବା ବେଳେ ଏଠାରୁ ବହୁ  ଲୋକ ରାଜ୍ୟ ବାହାରେ କାମ କରୁଥିଲେ। ବ୍ଲକର ୩୧ ଗୋଟି ପଞ୍ଚାୟତ ର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ରନ୍ଧା ଖାଦ୍ୟ ଦିଆଯାଇଛି।ପ୍ରଥମ ଦିନରେ ବ୍ଲକର ୩୧ ଗୋଟି ପଂଚାୟତରେ ୧୧୬୨ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି। ଅଂଚଲା ପଂଚାୟତ ର ସେବାଶ୍ରମ ବିଦ୍ୟାଳୟରେ ୩୨ ଜଣ, ଆଉଁଳି ପଂଚାୟତରେ ୪୮  ଜଣ, ବି ସିଂହପୁର ରେ ୩୦ ଜଣ, ବେଣା ଗାଁ ରେ ୪୨ ଜଣ, ବେନାସୁର ରେ ୩୪ ଜଣ, ବିଜାପୁର ରେ ୩୭ ଜଣ, ବୋଡିଗାଁ ରେ ୩୮ ଜଣ, ବୋରିଗୁମ୍ମା ରେ ୪୨ ଜଣ, ଗୁଜୁନିଗୁଡା ରେ ୨୮ ଜଣ, ଡେଙ୍ଗାପଦର ରେ ୪୬ ଜଣ, ଗୁମୁଡା ରେ ୪୬ ଜଣ ,ହରଦଳି ରେ ୧୮ ଜଣ, କାମରା ରେ ୩୨ ଜଣ, କାମତା ରେ ୪୦ ଜଣ,କଣାଗାଁ ରେ ୫୮ ଜଣ, କୁମୁଲି ରେ ୫୨ ଜଣ, ମାଲଦା ରେ ୩୮ ଜଣ, ମୁଂଜା ରେ ୧୦ ଜଣ, ନାରୀଗାଁ ରେ ୪୪ ଜଣ, ନୂଆଗାଁ ରେ ୪୦ ଜଣ , ପଣ୍ଡସଗୁଡା ରେ ୩୧ ଜଣ, ସସାହାଣ୍ଡି ପଂଚାୟତରେ ୫୫ ଜଣ ଙ୍କୁ ବ୍ଲକ ପ୍ରଶାସନ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦେଇଛନ୍ତି। ପ୍ରତି ପଂଚାୟତ ର ପିଇଓ ଓ ସରପଞ୍ଚ ମାନେ ଏହି ଦାଇତ୍ୱ ନେଇଛନ୍ତି। ଲୋକ ମାନେ ଖାଇବା ସମୟରେ ସାମାଜିକ ଦୂରତ୍ୱ କୁ ଧ୍ୟାନ ଦିଆଯାଇଛି। ପ୍ରତି ଏକ ମିଟର ବ୍ୟବଧାନ ରେ ଲୋକ ମାନେ ମାଗଣା ରନ୍ଧା ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଥିଲା।
Govt
Leave A Reply