Odisha news

ଭୁବନେଶ୍ବରରେ ପ୍ଲାଟ୍‌ଫର୍ମ ଓ ଚଳନ୍ତାଟ୍ରେନ୍‌ ଭିତରର ଫାଙ୍କରେ ଗଳିପଡ଼ିଲେ ମହିଳା, ଆର୍‌ପିଏଫ୍ କନ୍‌ଷ୍ଟେବଲ୍‌ଙ୍କ ପାଇଁ ବଞ୍ଚିଗଲା ଜୀବନ

0

ଭୁବନେଶ୍ବର: ଭୁବନେଶ୍ବର ରେଳ ‌ଷ୍ଟେସନ୍‌ରେ ଜଣେ ମହିଳା ଶନିବାର ମରଣ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। ସେ ପୁରୀ-ସମ୍ବଲପୁର ଏକ୍ସପ୍ରେସ୍‌ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ଗୋଡ଼ ଖସି ଯାଉଥିବା ବେଳେ ଜଣେ ଆର୍‌ପିଏଫ୍‌ କନ୍‌ଷ୍ଟେବଲ୍‌ ତାଙ୍କୁ ଧରି ପକାଇବାରୁ ମହିଳାଙ୍କ ଜୀବନ ବଞ୍ଚିଯାଇଛି।

ମହିଳା ଯାତ୍ରୀ ଜଣକ ହେଉଛନ୍ତି ନିବେଦିତା ସାହୁ। ଟ୍ରେନ୍‌ ଚଢ଼ୁଥିବା ସମୟରେ ନିବେଦିତାଙ୍କ ଗୋଡ଼ ଖସି ଯିବାରୁ ସେ ରେଳ ଧାରଣାରେ ଖସି ପଡ଼ିବାକୁ ଯାଉଥିବା ବେଳେ ରେଲୱେ ପ୍ରୋଟେକସନ୍ ଫୋର୍ସ (ଆର୍‌ପିଏଫ୍‌) କନ୍‌ଷ୍ଟେବଲ୍‌ ତାଙ୍କୁ ଧରି ପକାଇଥିଲେ।

ସୂଚନା ଅନୁସାରେ ସଂଧ୍ୟା ପ୍ରାୟ ୫ଟା ସମୟରେ  ଭୁବନେଶ୍ବର ରେଳ ଷ୍ଟେସନ୍‌ର ପ୍ଲାଟ୍‌ଫର୍ମ ନମ୍ବର-୧ରେ ମହିଳା ଜଣକ ପୁରୀ-ସମ୍ବଲପୁର ଏକ୍ସପ୍ରେସ୍‌ରେ ଚଢ଼ିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ।

ମହିଳା ଜଣକ ଭାରସାମ୍ୟ ହରାଇ ପ୍ଲାଟ୍‌ଫର୍ମ ଓ ଚଳନ୍ତା ଟ୍ରେନ୍‌ ଭିତରେ ଥିବା ଫାଙ୍କରେ ଖସି ପଡ଼ିଥିଲେ। ଆର୍‌ପିଏଫ୍‌ ଯବାନ ଜଣକ କାଳ ବିଳମ୍ବ ନ କରି ତୁରନ୍ତି ସେଠାକୁ ଦୌଡ଼ିଯାଇ ମହିଳାଙ୍କ ହାତକୁ ଧରି ଟାଣି ଆଣିଥିଲେ। ସିଆର୍‌ପିଏଫ୍‌ କନ୍‌‌ଷ୍ଟେବଲ୍‌ ଜଣକ ହେଉଛନ୍ତି ସୁବ୍ରତ କୁମାର ମହାରଣା।

ଏହି ପୂରା ଘଟଣା ‌ଷ୍ଟେସନ୍‌ରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ନିବେଦିନତା ଭୁବନେଶ୍ବରର ରମାଦେବୀ କଲେଜରେ ଚାକିରି କରନ୍ତି।

IEC 2 years
Leave A Reply