Odisha news

‘ଅଙ୍ଗ୍ରେଜି ମିଡିୟମ’ର ଟ୍ରେଲର ରିଲିଜ ପୂର୍ବରୁ ଦର୍ଶକଙ୍କୁ ଭାବବିହ୍ଵଳ କରି ଦେଲା ଭଳି କଥା କହିଲେ ଇରଫାନ୍‌

0

ବମ୍ବେ: ଅଭିନେତା ଇରଫାନ୍‌ ଖାଁଙ୍କ କଥା କୁହା ଆଖି ଓ କୁଞ୍ଚୁକୁଞ୍ଚିଆ କେଶକୁ କିଏ ବା ଭୁଲି ପାରିବ? ତେବେ କର୍କଟରେ ପୀଡ଼ିତ ହେବା ପରେ ଇରଫାନ୍‌ ଖାଁ ସିନ‌େଜଗତରୁ ଦୂରେଇ ଯାଇଥିଲେ। କିନ୍ତୁ ଶୁଣିବାକୁ ମିଳିଛି କି କର୍କଟରେ ପୀଡିତ ହେବା ପୂର୍ବରୁ ସେ ଫିଲ୍ମ ‘ଅଙ୍ଗ୍ରେଜି ମିଡିୟମ’ର ସୁଟିଂ ଆରମ୍ଭ କରିଦେଇଥିଲେ। ଏବେ ସୁଟିଂ ଶେଷ ହେବା ପରେ ଟ୍ରେଲର ରିଲିଜ ହେବାକୁ ଯାଉଛି। ‘ଅଙ୍ଗ୍ରେଜି ମିଡିୟମ’ର ଟ୍ରେଲର ରିଲିଜ ହେବାର ଗୋଟିଏ ଦିନ ପୂର୍ବରୁ ଇରଫାନ୍‌ ଦର୍ଶକଙ୍କ ଉଦ୍ଦେଶ୍ୟରେ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ଦେଇଛନ୍ତି, ଯାହାକୁ ଶୁଣିଲେ ଆପଣ ବି ଭାବବିହ୍ଵଳ ହୋଇଯିବେ।ଇରଫାନ୍‌ ତାଙ୍କ ପ୍ରଶଂସକଙ୍କୁ ହୃଦୟସ୍ପର୍ଶୀ ବାର୍ତ୍ତା ଦେଇ ଏକ ୧ମିନିଟ୍‌ ୧୯ସେକେଣ୍ଡର ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସୁଟିଂ ସମୟର କିଛି ଦୃଶ୍ୟ ରହିଥିବା ବେଳେ ଇର୍‌ଫାନ୍‌ କହୁଛନ୍ତି, ‘ଅଙ୍ଗ୍ରେଜି ମିଡିୟମ’ ତାଙ୍କ ପାଇଁ ବହୁତ ଖାସ୍‌ । ହେଲେ ତାଙ୍କ ଶରୀର ଭିତରେ ଏମିତି କିଛି ଅତିଥି ଘର କରି ବସି ରହିଛନ୍ତି ଯେଉଁଥିପାଇଁ ସେ କିଛି କରିବାକୁ ସାହାସ ଜୁଟାଇ ପାରୁନାହାନ୍ତି। ସେ ଅତିଥିମାନଙ୍କ ସହ ତାଙ୍କର କଥାବାର୍ତ୍ତା ଜାରି ରହିଛି।

इरफान खान
aajtak

ବର୍ତ୍ତମାନ ଶରୀରର ଅବସ୍ଥା ଠିକ୍‌ ଅଛି, କିନ୍ତୁ ଶରୀରରେ ଏତେ ଶକ୍ତି ନାହିଁ କି ସିନେମାର ପ୍ରଚାର ପାଇଁ ପ୍ରତିଟି ଗଳିକନ୍ଦି ବୁଲି ପାରିବି। ହେଲେ ମୋର ଅନୁରୋଧ ଆପଣ ସିନେମାକୁ ନିହାତି ଦେଖିବାକୁ ଯାଆନ୍ତୁ। ମୋର ବିଶ୍ୱାସ ସିନେମା ‘ଅଙ୍ଗ୍ରେଜି ମିଡିୟମ’ର କାହାଣୀ ଆପଣଙ୍କୁ ହସାଇବ, କନ୍ଦାଇବ ପୁଣି ହସାଇବ।

Govt
Leave A Reply