Odisha news

୧୨ ଦିନ ପରେ କ୍ୟୁବା ରୁ ଫେରିଲା ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ ଦେହ

0
ଖଲ୍ଲିକୋଟ-ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କହ୍ନେଇପୁର ଗ୍ରାମର ରଙ୍କନାଥ ମହାରଣା ଙ୍କ ବଡ଼ ପୁଅ ରମେଶ ମହାରଣା ସୁଦୂର କ୍ୟୁବା ସହରରେ କାମ କରୁଥିବା ସମୟରେ ଏକ କ୍ରେନ ର ଲୁହା ଶିକୁଳି ଛିଣ୍ଡି ରମେଶ ଙ୍କ ଦେହରେ ବାଜିବା ରୁ ସେ ଛିଟିକି ପଡି ୩ ମହଲା ଛାତ ଉପରୁ ତଳେ ପଡି ଗତ ମାସ ୩୦ ତାରିଖରେ ମୃତ୍ୟୁ ହୋଇଥିଲା ।ମୃତ୍ୟୁ ର ୧୨ ଦିନ ପରେ ଓଡିଶା ମୋ ପରିବାର ଅନୁଷ୍ଠାନ ର ସହାୟତା ରେ ଗତକାଲି ବିଳମ୍ବିତ ରାତିରେ କହ୍ନେଇପୁର ଗ୍ରାମରେ ପହଁଚିଛି ମରଶରୀର ।ରମେଶ ଙ୍କ ମୃତଦେହ ଗ୍ରାମରେ ପହଁଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।ସାହି ପଡୋଶୀ, ବନ୍ଧୁବାନ୍ଧବ, ଆତ୍ମୀୟ ପରିଜନ ଙ୍କ କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟି ପଡୁଥିଲା ।ସ୍ତ୍ରୀ ରେଣୁ, ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପୁଅ ମନୋଜ, ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଝିଅ ପ୍ରାଚୀ, କର୍କଟ ରୋଗାକ୍ରାନ୍ତ ମାଆ ସୁଭଦ୍ରା କାନ୍ଦିକାନ୍ଦି ବେହୋସ ହୋଇଯାଉଥିଲେ ।ଘରର ଅବସ୍ଥା ଭଲନାହିଁ ।ବାପା ରଙ୍କନାଥ ୭୦ ବର୍ଷ ବୟସରେ ମୁମ୍ବାଇରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ।ପୁଅର ମୃତ୍ୟୁ ଖବର ଶୁଣି ଗାଁ କୁ ଆସିଛନ୍ତି ।ଏକ ଝାଟିମାଟି ଘରେ ରହୁଥିବା ମୃତ ରମେଶ ଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସରକାର ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।ଗତ ଦୁଇ ବର୍ଷ ତଳେ ପରିବାର ପ୍ରତିପୋଷଣ ପାଇଁ ରମେଶ କ୍ୟୁବା ରେ ଥିବା ବୋର୍ଗେସ ନାମକ ଏକ ଠିକା କମ୍ପାନୀ ମାଧ୍ୟମରେ ବାୟୋସାନ୍ତା ମାରିୟା ଅଞ୍ଚଳରେ ଥିବା ହୋଟେଲ ସାଲିନାରେ କାମ କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁ ବରଣ କରିଥିଲେ ।ମଙ୍ଗଳବାର ରାତିରେ ମୃତ ଦେହ ଗ୍ରାମରେ ପହଞ୍ଚିବା ବେଳକୁ ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଖଲ୍ଲିକୋଟ ବି ଡି ଓ ନବକୃଷ୍ଣ ଜେନା, ଅତିରିକ୍ତ ତହସିଲଦାର ଜୋତିର୍ମୟୀ ପାଢ଼ୀ, ଯୁବନେତା ଦୈତାରି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।ମୃତ ଦେହ ର ଅନ୍ତିମ ସଂସ୍କାର ପାଇଁ ରେଡକ୍ରସ ପାଣ୍ଠିରୁ ୨୦ ହଜାର ଓ ଯୁବ ନେତା ଦୈତାରି ବେହେରା ୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ।ଗ୍ରାମ ସ୍ମଶାନ ରେ ମୃତ ରମେଶ ଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।
Leave A Reply