Odisha news

ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଦାଖଲ ନିମନ୍ତେ ବୃହତ୍ ଶିବିର ଆୟୋଜନ

ରେଳବାଇର ଅବସରପ୍ରାପ୍ତ କର୍ମଚାରୀ ଓ ପାରିବାରିକ ପେନ୍‌ସନ୍‌ ପ୍ରାପ୍ତକାରୀଙ୍କ ପାଇଁ ସହଜରେ ଜୀବନ ପ୍ରମାଣପତ୍ର ଦାଖଲ କରିବାର ସୁବିଧା

0

ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ରେଳବାଇର ଅବସରପ୍ରାପ୍ତ କର୍ମଚାରୀ ଓ ପାରିବାରିକ ପେନ୍‌ସନ୍‌ ପ୍ରାପ୍ତକାରୀଙ୍କ ସୁବିଧା ନିମନ୍ତେ ଖୋର୍ଦ୍ଧା ରୋଡ୍‌ଠାରେ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ଏକ ବୃହତ୍ ଶିବିର ଆୟୋଜନ କରାଯାଇଛି l ଏହି ପଦକ୍ଷେପ ଦେଶବ୍ୟାପୀ ଆୟୋଜିତ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଅଭିଯାନ ୫.୦ର ଏକ ଅଂଶବିଶେଷ। ଏହି ଅଭିଯାନ ୦୧ ନଭେମ୍ବର ୨୦୨୬ ଠାରୁ ୩୦ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ଚାଲୁ ରହିବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅବସରପ୍ରାପ୍ତ ରେଳ କର୍ମଚାରୀ ଓ ପାରିବାରିକ ପେନ୍‌ସନ୍‌ ପ୍ରାପ୍ତକାରୀ ସହଜରେ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଦାଖଲ କରିବାର ସୁବିଧା ଯୋଗାଇବା ଏବଂ ସେମାନଙ୍କ ପେନ୍‌ସନ୍‌ର ନିରବଚ୍ଛିନ୍ନ ପ୍ରଦାନ ସୁନିଶ୍ଚିତ କରିବା।ମଣ୍ଡଳ ଅଧୀନରେ ବିଭିନ୍ନ ସ୍ଥାନରେ ଅବସ୍ଥାନ କରୁଥିବା ପେନ୍‌ସନ୍‌ ପ୍ରାପ୍ତକାରୀଙ୍କ ସୁବିଧା ଓ ଅଧିକ ଅଂଶଗ୍ରହଣକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ସ୍ଥାନଗୁଡ଼ିକରେ ମଧ୍ୟ ଶିବିର ଆୟୋଜନ କରାଯିବ।ବ୍ରହ୍ମପୁର ରେଳବାଇ ସଂସ୍ଥାନ: ୦୪ ନଭେମ୍ବର ୨୦୨୬,  ବାଲୁଗାଁ ବିଶ୍ରାମଗୃହ (ORH): ୧୦ ନଭେମ୍ବର ୨୦୨୬,  ପୁରୀ CDO ସମ୍ମିଳନୀ କକ୍ଷ: ୧୨ ନଭେମ୍ବର ୨୦୨୬,  ଭୁବନେଶ୍ୱର ରନିଂ ରୁମ୍: ୧୩ ନଭେମ୍ବର ୨୦୨୬,  କଟକ ରେଳବାଇ ସଂସ୍ଥାନ: ୧୭ ନଭେମ୍ବର ୨୦୨୬,  ପାରାଦୀପ ଏରିଆ  ମ୍ୟାନେଜେର ସମ୍ମିଳନୀ କକ୍ଷ: ୧୯ ନଭେମ୍ବର ୨୦୨୬,  ଅନୁଗୁଳ ସମ୍ମିଳନୀ କକ୍ଷ: ୨୧ ନଭେମ୍ବର ୨୦୨୬,  ଭଦ୍ରକ ରେଳପଥ ରକ୍ଷଣାବେକ୍ଷଣ କାର୍ଯ୍ୟାଳୟ: ୨୭ ନଭେମ୍ବର ୨୦୨୬, କେନ୍ଦୁଝରଗଡ଼ ରେଳବାଇ ସଂସ୍ଥାନ: ୩୦ ନଭେମ୍ବର ୨୦୨୬.

ପେନ୍‌ସନ୍‌ ପ୍ରାପ୍ତକାରୀ ଏବଂ ପରିବାର ପେନ୍‌ସନ୍‌ ପ୍ରାପ୍ତକାରୀ ମାନଙ୍କୁ ସେମାନଙ୍କର ଡିଜିଟାଲ୍ ଜୀବନ ପ୍ରମାଣପତ୍ର ସୁଗମ ଭାବରେ ଦାଖଲ କରିବା ପାଇଁ ନିକଟତମ ସ୍ଥାନରେ ଆୟୋଜନ କରାଯାଉଥିବା ଶିବିରରେ ଯୋଗଦେବାକୁ କୁହାଯାଇଅଛି । ଯାଞ୍ଚ ଏବଂ ପ୍ରକ୍ରିୟାକରଣ ପାଇଁ ସେମାନଙ୍କୁ ସେମାନଙ୍କର ଆଧାର କାର୍ଡ, ପିପିଓ ନମ୍ବର, ପେନସନ ଆକାଉଣ୍ଟ ନମ୍ବର ଏବଂ ପଞ୍ଜିକୃତ ମୋବାଇଲ୍ ନମ୍ବର (ଆଧାର ସହିତ ଲିଙ୍କ୍) ଆଣିବାକୁ ପରାମର୍ଶ ଦିଆଯାଇଛି ।

ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ସମସ୍ତ ପେନ୍‌ସନ୍‌ ପ୍ରାପ୍ତକାରୀ ଏବଂ ପରିବାର ପେନ୍‌ସନ୍‌ ପ୍ରାପ୍ତକାରୀ ମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ସେମାନଙ୍କର ଡିଜିଟାଲ୍ ଜୀବନ ପ୍ରମାଣପତ୍ର ସମୟସୀମାରେ ଦାଖଲ କରିବା ପାଇଁ ଏହି ଶିବିରଗୁଡ଼ିକର ସୁବିଧା ନେବା ସହ ସୁଗମ ପେନସନ ପ୍ରାପ୍ୟ ଏବଂ ଅବସରକାଳୀନ ସୁବିଧାର ନିରବଚ୍ଛିନ୍ନ ଉପଲବ୍ଧତା ସୁନିଶ୍ଚିତ କରନ୍ତୁ

Ad2
Leave A Reply