Odisha news

ଖୋର୍ଦ୍ଧା ରୋଡ୍ ମଣ୍ଡଳ ଦ୍ୱାରା ସତର୍କତା ସଚେତନତା ସପ୍ତାହ ୨୦୨୬ ଅବସରରେ “ସମୃଦ୍ଧି ପାଇଁ ସତ୍ୟନିଷ୍ଠା” ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ

0

ସତର୍କତା ସଚେତନତା ସପ୍ତାହ ୨୦୨୬ ଅବସରରେ, ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ମଣ୍ଡଳର କାର୍ମିକ ବିଭାଗ ପକ୍ଷରୁ ଖୋର୍ଦ୍ଧା ରୋଡ୍‌ସ୍ଥିତ ମଣ୍ଡଳ ରେଳ ପ୍ରବନ୍ଧକଙ୍କ ବୈଠକ କକ୍ଷରେ “ସମୃଦ୍ଧି ପାଇଁ ସତ୍ୟନିଷ୍ଠା” ଶୀର୍ଷକ ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା। ସରକାରୀ ସେବାରେ ସାଧୁତା, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ନୈତିକ ଆଚରଣକୁ ପ୍ରୋତ୍ସାହିତ କରିବା ଏହି ଆଲୋଚନାଚକ୍ରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି ଆଲୋଚନାଚକ୍ରରେ ଭୁବନେଶ୍ୱରସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (NISER)ର ମାନବିକୀ ଓ ସାମାଜିକ ବିଜ୍ଞାନ ବିଦ୍ୟାଳୟର ସହଯୋଗୀ ପ୍ରଫେସର ଶ୍ରୀ ଅମରେନ୍ଦ୍ର ଦାସ ଉଦ୍‌ବୋଧନ ଦେଇଥିଲେ। ସେ ସାଧୁତା, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ନୈତିକ ଆଚରଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ରେଳ ଅଧିକାରୀ ଓ କର୍ମଚାରୀମାନେ ସର୍ବୋଚ୍ଚ ନୈତିକ ମାନଦଣ୍ଡ ବଜାୟ ରଖିବା ସହ ଏକ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ କାର୍ଯ୍ୟସଂସ୍କୃତି ଗଠନରେ ଅବଦାନ ରଖିବାକୁ ସେ ଆହ୍ୱାନ ଦେଇଥିଲେ। ଏଥିସହ ମନୋବିଜ୍ଞାନ ଏବଂ କୃତ୍ରିମ ବୁଦ୍ଧିମତ୍ତା (AI)ର ଉଦାହରଣ ଦେଇ ସରକାରୀ କାର୍ଯ୍ୟରେ ନୈତିକ ନିଷ୍ପତ୍ତି ଗ୍ରହଣ ଓ ଦାୟିତ୍ୱପୂର୍ଣ୍ଣ ଆଚରଣର ଗୁରୁତ୍ୱ ବୁଝାଇଥିଲେ।

ଏହି ଆଲୋଚନାଚକ୍ରରେ ଖୋର୍ଦ୍ଧା ରୋଡ୍ ମଣ୍ଡଳର ବିଭିନ୍ନ ଅଧିକାରୀ, ପର୍ଯ୍ୟବେକ୍ଷକ ଓ କର୍ମଚାରୀ ଯୋଗଦେଇଥିଲେ। ସେମାନେ ସଂଗଠନର କାର୍ଯ୍ୟଧାରାରେ ସତର୍କତା ଓ ନୈତିକ ଆଚରଣର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ।

୨୦୨୬ ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ “ସମୃଦ୍ଧି ପାଇଁ ସତ୍ୟନିଷ୍ଠା” ବିଷୟବସ୍ତୁକୁ ନେଇ ସତର୍କତା ସଚେତନତା ସପ୍ତାହ ପାଳନ କରାଯାଉଛି। ଏହି ବିଷୟବସ୍ତୁ ଜନସାଧାରଣଙ୍କ ଆସ୍ଥା ବୃଦ୍ଧି, ସୁଶାସନକୁ ସୁଦୃଢ଼ କରିବା ଏବଂ ଦୁର୍ନୀତି ନିବାରଣ କ୍ଷେତ୍ରରେ ସାଧୁତା ଓ ନୈତିକ ଆଚରଣର ଗୁରୁତ୍ୱକୁ ଏହି ବିଷୟବସ୍ତୁ ପ୍ରତିଫଳିତ କରୁଛି। ରେଳ କର୍ମଚାରୀଙ୍କ ମଧ୍ୟରେ ସତର୍କତା ସମ୍ପର୍କିତ ସଚେତନତା ବୃଦ୍ଧି କରିବା ସହ ନିଜ କର୍ତ୍ତବ୍ୟକୁ ନିରପେକ୍ଷତା, ସ୍ୱଚ୍ଛତା ଓ ଦାୟିତ୍ୱବୋଧର ସହିତ ସମ୍ପାଦନ କରିବାକୁ ଉତ୍ସାହିତ କରିବା ଏହି ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ।

ଏହି କାର୍ଯ୍ୟକ୍ରମଟି ଖୋର୍ଦ୍ଧା ରୋଡ୍ ମଣ୍ଡଳର ମଣ୍ଡଳ କାର୍ମିକ ଅଧିକାରୀ-୧  ଶ୍ରୀ ଅମରେନ୍ଦ୍ରନାଥ ମିଶ୍ରଙ୍କ ମାର୍ଗଦର୍ଶନରେ ସଂଯୋଜିତ ହୋଇଥିଲା। ଶେଷରେ ଖୋର୍ଦ୍ଧା ରୋଡ୍ ମଣ୍ଡଳର ମଣ୍ଡଳ କାର୍ମିକ ଅଧିକାରୀ-୨ ଶ୍ରୀ ସନ୍ତୋଷ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Ad2
Leave A Reply