ବାତ୍ୟା “ଅର୍ଣ୍ଣବ’ : ବିପଦର ସମୟରେ ଲୋକଙ୍କ ପାଖରେ ଠିଆ ହେବା ଏବଂ ସେମାନଙ୍କୁ ସବୁପ୍ରକାର ସାହାଯ୍ୟ ଯୋଗାଇ ଦେବା ଆମର ନୈତିକ ଏବଂ ସାମାଜିକ ଦାୟିତ୍ୱ : ମନମୋହନ ସାମଲ
ବାତ୍ୟା “ଅର୍ଣ୍ଣବ’ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଉଦ୍ଧାର କାର୍ଯ୍ୟ, ରିଲିଫ ବଂଟନ ଏବଂ ପ୍ରଭାବିତ ଲୋକଙ୍କୁ ସବୁପ୍ରକାରର ଜରୁରୀ ସହାୟତା ପାଇଁ ଦଳୀୟ କର୍ମକର୍ତ୍ତାଙ୍କୁ ବିଜେପି ରାଜ୍ୟ ସଭାପତିଙ୍କ ନିଦେ୍ର୍ଦଶ
ଦଳୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତାମାନେ ନିଜ ନିଜ ଅଂଚଳରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହି ସହାୟତା ଯୋଗାଇଦେବାରେ ପ୍ରଶାସନକୁ ସହଯୋଗ କରନ୍ତୁ
ଭୁବନେଶ୍ୱର, ତା.୨୯/୧୦: ସମ୍ପ୍ରତି ରାଜ୍ୟରେ ପ୍ରଳୟଙ୍କରୀ ବାତ୍ୟା “ଅର୍ଣ୍ଣବ’ ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମାଞ୍ଚଳର କେତେକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବିଶେଷ କରି ଗଜପତି, ଗଞ୍ଜାମ, ରାୟଗଡା, କୋରାପୁଟ, କନ୍ଧମାଳ ଏବଂ ମାଲକାନଗିରି ଆଦି ଜିଲ୍ଲାରେ ବାତ୍ୟା ଓ ପ୍ରବଳ ବର୍ଷା ଯାଗୁଁ ବ୍ୟାପକ ଧନଜୀବନ, ଘରଦ୍ୱାର, ବିଦ୍ୟୁତ୍ ସରବରାହ ଏବଂ କୃଷି କ୍ଷେତ୍ର ପ୍ରଭାବିତ ହୋଇଛି । ଏହି ପ୍ରାକୃତିକ ବିପର୍ଯ୍ୟୟକୁ ଗୁରୁତ୍ୱର ସହ ଗ୍ରହଣ କରି ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ଏଭଳି ବିପଦର ସମୟରେ ଲୋକଙ୍କ ପାଖରେ ଠିଆ ହେବା ଏବଂ ସେମାନଙ୍କୁ ସବୁପ୍ରକାର ସାହାଯ୍ୟ ଯୋଗାଇ ଦେବା ଆମର ନୈତିକ ଏବଂ ସାମାଜିକ ଦାୟିତ୍ୱ । ତେଣୁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ସମସ୍ତ ଦଳୀୟ ନେତା ଓ କର୍ମକର୍ତ୍ତା ନିଜ ନିଜ ଅଞ୍ଚଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରିବା ସହ କ୍ଷତିଗ୍ରସ୍ତ ଲୋକଙ୍କୁ ଖାଦ୍ୟ, ପାନୀୟ ଜଳ ଏବଂ ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ଆଗେଇ ଆସିବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ନିଦେ୍ର୍ଦଶ ଦେଇଛନ୍ତି ।
ରାଜ୍ୟ ସରକାର ଜନସାଧାରଣଙ୍କ ଜୀବନ ଓ ସମ୍ପତି ସୁରକ୍ଷା ପାଇଁ ପ୍ରତିବଦ୍ଧ ଅଛନ୍ତି । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତଙ୍କର ମିଳିତ ସହଯୋଗ ନିହାତି ଆବଶ୍ୟକ । ସରକାରୀ ସ୍ତରରେ ତ୍ୱରିତ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଦଳୀୟ ସ୍ତରରେ ମଧ୍ୟ ପ୍ରଭାବିତ ପରିବାରଗୁଡ଼ିକୁ ସମସ୍ତ ସମ୍ଭବ ସହାୟତା ପ୍ରଦାନ ପାଇଁ ପାର୍ଟି ତରଫରୁ ନିରନ୍ତର ତଦାରଖ କରାଯାଉଛି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
