ବାଲିଗୁଡା, ତା, ୩୧/୦୮:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଶଙ୍କରାଖୋଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଡ଼ିଓ ହୃଦରଞ୍ଜନ ସାହୁ , ବ୍ଳକ ଅଧକ୍ଷା ବୈନେତ୍ରୀ କହଁର,ଏଡିଓ ରିତାରାଣୀ ନାୟକ, ସରପଞ୍ଚ ଜାନକୀ ପ୍ରଧାନ, ନାଏବ ସରପଞ୍ଚ ମଲେଶ୍ୱର କହଁର, ଜିପିଡିଓ ଧୀରୋଜ କୁମାର ସାବତ, ଆରଡବ୍ଲ୍ୟୁଏସଏସ ସହକାରୀ ଯନ୍ତ୍ରୀ ମୌସୁମୀ ପଟ୍ଟନାୟକ,ସହକାରୀ ନିର୍ବାହୀ ଯନ୍ତ୍ରୀ ଦେବୀ ପ୍ରସନ୍ନ ରାଉତ, ଡବ୍ଲୁଓ ଆୟୁସ ପ୍ରଧାନ,ଏପିଓ ଅନୁରାଧା ମଲ୍ଲିକ, ଏଇ ପ୍ରବୀଣ ସୁରେନ,ଵିଏଫଟି ସୁବଳ ଦିଗାଲ ପ୍ରମୁଖ ଉପସ୍ଥିତରେ ୧୭ ଟି ଅଭିଯୋଗ ଆସିଥିଲା। ସେଥି ମଧ୍ୟରୁ ସାମୁହିକ ୨ ଗୋଟି, ବ୍ୟକ୍ତିଗତ ୧୫ ଗୋଟି ରହିଥିଲା। ଏଥିରେ ୱାର୍ଡ ମେମ୍ବର, ଗାଁ ସାଥି, ପଞ୍ଚାୟତ ର ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ପିଇଓ ଦୈତାରୀ ପ୍ରଧାନ ପରିଚାଳନା କରିଥିଲେ।
