ଆଲ୍ହାବାଦ ହାଇକୋର୍ଟ ର ଡିଭିଜନ ବେଞ୍ଚ ପ୍ରୟାଗରାଜ ର ଟାଗୋର ପବ୍ଲିକ ସ୍କୁଲ ର ଏକାଦଶ ଶ୍ରେଣୀର ମୁସ୍ଲିମ ଛାତ୍ରୀ ଦ୍ୱାରା ଦାଏର ହୋଇଥିବା ଗୋଟିଏ ଅପିଲ କୁ ଖାରଜ କରିଦେଇଛନ୍ତି, ସ୍କୁଲ ର ଛାତ୍ରୀ ସ୍କୁଲ ୟୁନିଫର୍ମ ସହିତ ହିଜାବ ପିନ୍ଧିବା ପାଇଁ ଅନୁମତି ମାଗିଥିଲେ l
ଆଲ୍ହାବାଦ ହାଇକୋର୍ଟ ର ଜେ .ଜେ . ମୁନୀର ଓ ନ୍ୟାୟମୂର୍ତ୍ତି ଇନ୍ଦ୍ରଜିତ ଶୁକ୍ଲା ଙ୍କ ଖଣ୍ଡ ପୀଠ ଏହି ମାମଲାର ଶୁଣାଣି କରି କହିଥିଲେ ଯେ ‘ ହିଜାବ ପିନ୍ଧିବା ଇସ୍ଲାମ ଧର୍ମର ଅନିର୍ବlଜ୍ୟ ଅଂଶ ଭାବରେ ପ୍ରମାଣିତ ହୋଇନାହିଁ, ଅଦାଲତ ଙ୍କ ପକ୍ଷରୁ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ସ୍କୁଲ ରେ ସମାନ ଡ୍ରେସ କୋଡ଼ ରହିଛି, ଏବଂ ଭେଦଭାବ ପୁର୍ଣ ବାତାବରଣ ଗ୍ରହଣୀୟ ନୁହେଁ, ଏହାଛଡା ସ୍କୁଲ ରେ ଅନୁଶାସନ ରେ ରହିବା ଆବଶ୍ୟକ, ଯାହାକୁ ଲାଗୁ କରିବାର ଅଧିକାର ସ୍କୁଲ ପାଖରେ ରହିଛି ‘ l
ଅଦାଲତ ଶୁଣାଣି ସମୟରେ କହିଥିଲେ ଯେ ଏମିତି କୌଣସି ଧାର୍ମିକ କିମ୍ବା ନିୟମ ସାଖ୍ୟ ପ୍ରସ୍ତୁତ କରାଯାଇ ନାହିଁ , ଯେଉଁଥିରେ ଏହା ପ୍ରମାଣିତ ହୋଇଛି ଯେ ହିଜାବ ପିନ୍ଧିବା ଇସ୍ଲାମ ରେ ନିହାତି ଆବଶ୍ୟକ l ଛାତ୍ରୀ ଜଣକ ତର୍କ ଦେଇଥିଲେ ଯେ ସେ ବିନା କୌଣସି ରୋକ ଟୋକ ରେ ଶ୍ରେଣୀ ୬ ରୁ ୧୦ମ ପର୍ଯ୍ୟନ୍ତ ହିଜାବ ପିନ୍ଧି ସ୍କୁଲ ଯାଉଥିଲେ , ଏହାକୁ ନେଇ ଅଦାଲତ କହିଥିଲେ ଯେ ସ୍କୁଲ ର ପୁରୁଣା ସହମତି କୁ ଅଦାଲତ ଜନ୍ମ ସିଧ ଅଧିକାର ବୋଲି କହିପାରିବେ ନାହିଁ l
