Odisha news

କାମ କରିବ କି ଅଜିତ ଡୋଭାଲ ଙ୍କ ମାଷ୍ଟର ଷ୍ଟ୍ରୋକ ଡିକୋଡ଼ : ପୁତିନ ଓ ଶୀ ଜିନପିଙ୍ଗ , ମୋଦୀ ଙ୍କ ସହ ନଜର ଆସିବେ ଗୋଟିଏ ମଞ୍ଚରେ ?

0

ଭାରତର ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଅଜୀତ ଡୋଭାଲ ଚୀନ ଗସ୍ତରେ ଯାଇଛନ୍ତି, ସେଠାରେ ସେ ୨୪ ତମ ଭାରତ-ଚୀନ ସ୍ପେଶାଲ ରିପ୍ରେଜେଣ୍ଟଟିଭ ବୈଠକ ରେ ଯୋଗ ଦେବେ, ଏବଂ ସେଠାରେ ସେ ଚୀନ ର ବିଦେଶମନ୍ତ୍ରୀ ଙ୍କୁ ସାକ୍ଷାତ କରିବାର ସମ୍ଭାବନା ରହିଛି, ଏହି ସାକ୍ଷାତକାର ସମୟରେ ଭାରତ-ଚୀନ ସୀମା ସମ୍ବନ୍ଧିତ ବିଭିନ୍ନ ଆଲୋଚନା ମଧ୍ୟ ହେବ, ବିଶେଷ ଭାବରେ ଡୋକଲାମ ବିବାଦ ପରେ ଆଲୋଚନା ର ମହତ୍ୱ ଖୁବ ବଢି ଯାଇଛି l

ଅଜିତ ଡୋଭାଲ ଏଭଳି ସମୟରେ ଯାତ୍ରା କରୁଛନ୍ତି, ଯେତେବେଳେ SCO ସମିଟ ର ଆୟୋଜନ କାର୍ଗିସ୍ତାନ ରେ ପ୍ରସ୍ତାବିତ ହୋଇଛି l ଯେଉଁଠାରେ ଚୀନ ର ରାଷ୍ଟ୍ରପତି ଓ ଭାରତର ପ୍ରଧାନମନ୍ତ୍ରୀ ଅଂଶ ଗ୍ରହଣ କରିବାର ସମ୍ଭାବନା ରହିଛି, ଭାରତ ଓ ଚୀନ ର ସମ୍ପର୍କ ରେ ସୁଧାର ସେହି ସମୟରେ ଆସିଥିଲା ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ୨୦୨୫ ରେ ଚୀନ ଯାତ୍ରା କରିଥିଲେ, ଏହା ପୂର୍ବରୁ ଦୁଇ ଦେଶର ନେତାଙ୍କ ରୁଷ ର ବ୍ରୀକ୍ସ ସମ୍ମିଳନୀ ରେ ସାକ୍ଷାତ ହୋଇଥିଲା l ଦୁଇ ନେତା ଉଭୟ ଦେଶର ଦ୍ୱିପାକ୍ଷିକ ସମ୍ବନ୍ଧ କୁ ନେଇ ଚର୍ଚା କରିଥିଲେ l

ଭାରତ ସେପ୍ଟେମ୍ବର ମାସରେ ବ୍ରୀକ୍ସଶିଖର ସମ୍ମିଳନୀ ର ମଧ୍ୟ ଆୟୋଜନ କରୁଛି, ଏବଂ ବ୍ରୀକ୍ସ ଶିଖର ସମ୍ମିଳନୀ ରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଭାରତ ଗସ୍ତରେ ଆସୁଛନ୍ତି, ତେଣୁ  ବିଶ୍ୱାସ ରହିଛି ଯେ ଚୀନ ରାଷ୍ଟ୍ରପତି ଶୀ ଜିନପିଙ୍ଗ ମଧ୍ୟ ଭାରତ ଗସ୍ତରେ ଆସିପାରନ୍ତି l ଚର୍ଚା ରହିଛି ଯେ ଅଜିତ ଡୋଭାଲ ଙ୍କ ଚୀନ ଗସ୍ତ ଟାଇମିଙ୍ଗ ଖୁବ ମହତ୍ଵପୁର୍ଣ ଅଟେ, ଏବଂ ଚୀନ ବିଦେଶ ମନ୍ତ୍ରୀଙ୍କ ସହିତ ବୈଠକ ପରେ ଦୁଇ ଦେଶର ନେତାଙ୍କ ବୟାନ ସାମ୍ନାକୁ ଆସିଲେ  ଜଣାପଡିବ ଅଜିତ ଡୋଭାଲ ଙ୍କ ଚୀନ ଗସ୍ତର କାରଣ l

Nalco
Leave A Reply