Odisha news

ରିଲାଏନ୍ସ ଡିଜିଟାଲର ଡିସ୍କୋ ସେଲ୍: ଏକ୍ସଚେଞ୍ଜ ଉପରେ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଏବଂ ବ୍ୟାଙ୍କ ଅଫର ମାଧ୍ୟମରେ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି

- ସେଲ୍ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଜାରି ରହିବ; ସ୍ମାର୍ଟଫୋନ୍ ଠାରୁ ଟିଭି ଏବଂ ଘରୋଇ ଉପକରଣ ପର୍ଯ୍ୟନ୍ତ ସବୁକିଛିରେ ଅଫର

0

ମୁମ୍ବାଇ, ଅଗଷ୍ଟ ୧୩, ୨୦୨୬: ସ୍ମାର୍ଟଫୋନ୍, ଟିଭି, ଲାପଟପ୍ କିମ୍ବା ଘରୋଇ ଉପକରଣକୁ ଅପଗ୍ରେଡ୍ କରିବାକୁ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ରିଲାଏନ୍ସ ଡିଜିଟାଲ ଆରମ୍ଭ କରିଛି  ଡିଜିଟାଲ୍ ଇଣ୍ଡିଆ ସେଲ୍ କ୍ରେଜି ଅଫର୍ ବା ଡିସ୍କୋ ଅଫର ସେଲ୍। ଅଗଷ୍ଟ ୧୬ ପର୍ଯ୍ୟନ୍ତ ଜାରି ରହିଥିବା ଏହି ସେଲରେ ପୁରୁଣା ସାମଗ୍ରୀ ଏକ୍ସଚେଞ୍ଜ ସହିତ କିଛି ନିର୍ଦ୍ଦିଷ୍ଟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ୍, ବ୍ୟାଙ୍କ କାର୍ଡ, ପେପର ଫାଇନାନ୍ସ ଓ ୟୁପିଆଇ ମାଧ୍ୟମରେ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି, ଏବଂ ଅତିରିକ୍ତ ଏକ ବର୍ଷର ୱାରେଣ୍ଟି ଭଳି ଅଫର ପ୍ରଦାନ କରୁଛି। ଦ୍ୱିତୀୟ ଉତ୍ପାଦ କ୍ରୟ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତିର ଅଫର ମଧ୍ୟ ରହିଛି।

ସ୍ମାର୍ଟଫୋନ ବର୍ଗରେ, ୪ଜି ମଡେଲଗୁଡ଼ିକ ୧୦,୯୯୯ ଟଙ୍କା ଏବଂ ୫ଜି ଫୋନଗୁଡ଼ିକ ୧୩,୯୯୯ ଟଙ୍କାରୁ ଆରମ୍ଭ ହେଉଛି। କିଛି ନିର୍ଦ୍ଦିଷ୍ଟ ସ୍ମାର୍ଟଫୋନଗୁଡ଼ିକ ଉପରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ ଏବଂ ୩୦ ମାସ ପର୍ଯ୍ୟନ୍ତ ବିନା ମୂଲ୍ୟ ଇଏମଆଇ ବିକଳ୍ପ ଉପଲବ୍ଧ ରହିଛି। ଗ୍ରାହକମାନେ ଇୟରବଡ, ହେଡଫୋନ, ବ୍ଲୁଟୁଥ୍ ସ୍ପିକର ଏବଂ ଅନ୍ୟାନ୍ୟ ମୋବାଇଲ ଆସେସୋରିଜ୍ ପାଇଁ ୟୁପିଆଇ ପେମେଣ୍ଟ ଉପରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମଧ୍ୟ ପାଇପାରିବେ।

ଟିଭି ଏବଂ ଘରୋଇ ଉପକରଣ ମଧ୍ୟରେ ୬୫-ଇଞ୍ଚ ୪କେ ଯୁଏଚଡ଼ି ଗୁଗୁଲ୍ ଟିଭି ୩୯,୯୯୦ ଟଙ୍କାରୁ ଆରମ୍ଭ ହେଉଛି। ସାଇଡ୍-ବାଇ-ସାଇଡ୍ ରେଫ୍ରିଜରେଟର ମଧ୍ୟ ୩୯,୯୯୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ୱାଶର-ଡ୍ରାୟରର ମୂଲ୍ୟ ୫୫,୯୯୦ ଟଙ୍କାରୁ ଆରମ୍ଭ ହେଉଛି। ୫୦,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର କ୍ରୟ ଉପରେ, ମାତ୍ର ୧୩,୯୦୦ ଟଙ୍କାରେ ୪୩,୯୦୦ ଟଙ୍କା ମୂଲ୍ୟର ଏକ ଡାଇସନ ବିଗ୍ ବଲ୍ ଭାକ୍ୟୁମ୍ କ୍ଲିନର୍ ମିଳିବାର ଅଫର ରହିଛି। ଲାପଟପ୍ ୩୯,୯୯୯ ଟଙ୍କାରୁ ଆରମ୍ଭ ହେଉଛି ଏବଂ ଏହା ସହିତ ତିନି ବର୍ଷ ପର୍ଯ୍ୟନ୍ତ ୱାରେଣ୍ଟି ଓ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଲାଭ ପ୍ରଦାନ କରାଯାଉଛି।

ଏହି ସେଲ୍ ରିଲାଏନ୍ସ ଡିଜିଟାଲ୍ ଷ୍ଟୋର, ରିଲାଏନ୍ସ ଡିଜିଟାଲ ୱେବସାଇଟ ଏବଂ ମାଇଁଜିଓ ଷ୍ଟୋରରେ ଉପଲବ୍ଧ ରହିଛି।

Nalco
Leave A Reply