Odisha news

ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ : ପେନାଲଟିକ ସୁଟ ଜରିଆରେ ପାକୁଲଦା ଓ ସିନ୍ଦ୍ରିଗାଁ ଦଳ ବିଜୟୀ 

0
ବାଲିଗୁଡା, ତା, ୦୮/୦୮:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ଆରମ୍ଭ ହୋଇଛି l ଏହି ଚମ୍ପିୟାନସିପ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ l ଏଥିରେ ବାଲିଗୁଡା ସମେତ ସୀତାପଡି, ସୁଣ୍ଡରୁମିଲା,ସଲଗା ପଦର, ଡୋପାସାହି, ସିନ୍ଦ୍ରିଗାଁ, ବରିପଡା, ବାରଖମା, ସିପାଞ୍ଜିରୀ, ପାଦେରୀପଡା, ବାଲିସୁଗା, ଓ ପାକୁଲଦା ଗ୍ରାମର ଫୁଟବଲ ଦଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ଶନିବାର ର ପ୍ରଥମ ମ୍ୟାଚ ପାକୁଲଦା ବନାମ ପାଦେରୀପଡା ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କେହି କାହାରିକୁ ଗୋଲ ଦେବାରେ ଅସମର୍ଥ ହେବାରୁ ପେନାଲଟିକ ସୁଟ ଜରିଆରେ ୩-୧ ଗୋଲ ରେ ପାକୁଲଦା ଦଳ ବିଜୟୀ ହୋଇଥିଲା l ଦ୍ୱିତୀୟ ମ୍ୟାଚ ମଧ୍ୟ ସେହିପରି ପେନାଲଟିକ ସୁଟ ଜରିଆରେ ସଲଗପଦର ବନାମ ସିନ୍ଦ୍ରିଗାଁ ମଧ୍ୟରେ ଅନୁଷ୍ଠିତ ହୋଇ ୭-୬ ଗୋଲ ରେ ସିନ୍ଦ୍ରିଗାଁ ଦଳ ବିଜୟୀ ହୋଇଥିଲା l  ତୃତୀୟ ମ୍ୟାଚ ବାଲିଗୁଡା ର ଆଦିବାସୀ ମହାବିଦ୍ୟାଳୟ ବନାମ ସିପାଞ୍ଜିରୀ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇ ୩-୧ ଗୋଲ ରେ ବିଜୟୀ ହୋଇଥିଲେ l ଏଥିରେ ରେଫେରୀ ଭାବେ ଶମ୍ଭୁନାଥ ମଲିକ, ସଞ୍ଜୟ ବେହେରା, ମିଲଟନ ନାୟକ, ଅନୁଭଵ ଦିଗାଳ, ସୂର୍ଯ୍ୟ ନାରାୟଣ ସୁଆର, ଇଲିଆସ ଦିଗାଳ, କାର୍ତ୍ତିକ ଦିଗାଳ, ସାମନ୍ତ ଦିଗାଳ, ମାନ ଗୋବିନ୍ଦ ଦୀପ, ସୌମ୍ୟ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହି ତିନୋଟି ଯାକ ମ୍ୟାଚ ସୁଚାରୁ ଭାବେ ପରିଚାଳନା କରିଥିଲେ l ସ୍ଥାନୀୟ ଉପଖଣ୍ଡ କ୍ରୀଡା ସଂଘ ତରଫରୁ ସୁଶାନ୍ତ କୁମାର ଦାସ, ଗଙ୍ଗାଧର ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ରଞ୍ଜନ କୁମାର ନାୟକ, ବ୍ରଜ ଶେଖର ନାୟକ, ନଳିନୀ କାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l  ରବିବାର ର ମ୍ୟାଚ ସୀତାପଡି ସହ ସିନ୍ଦ୍ରିଗାଁ ମଧ୍ୟରେ ଏକ   ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଜଣାପଡିଛି l
Nalco
Leave A Reply