ବାଲିଗୁଡ଼ା, ତା, ୦୨/୦୮:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ “ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ବିଭୂତି ଭୂଷଣ ଆଚାର୍ଯ୍ୟ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ ।ଏହି ମେଳାରେ ବିଦ୍ୟାଳୟର ୪୦୦ ଶିଶୁ ବିଭିନ୍ନ ବିଭାଗ ଯଥା ଶିଶୁ ,ବାଲ୍ ,ଓ କିଶୋର ବିଭାଗରୁ ବିଭିନ୍ନ ପ୍ରତିଯୋଗିତାରେ ଯେପରିକି ସଂସ୍କୃତି ଜ୍ଞାନ ବିଜ୍ଞାନ ଓ ବୈଦିକ ଗଣିତ ପ୍ରଶ୍ନମଞ୍ଚ , ଗଣିତ ଓ ବିଜ୍ଞାନ ପ୍ରକଳ୍ପ , ଗଣିତ ଓ ବିଜ୍ଞାନ ପ୍ରଶ୍ନ ବାଚକ, ମୂର୍ତ୍ତି କଳା ଆଦିରେ ଅଂଶଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ଉଦଯାପନୀ ସମାରୋହ ରେ ମୂଖ୍ୟ ଅତିଥି ଭାବେ ଅତିରିକ୍ତ ଉପ ଜିଲ୍ଲାପାଳ ଅବିନାଶ ପଣ୍ଡା ଉପସ୍ଥିତ ରହି କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିବା ସହ ବିଜ୍ଞାନର ମହତ୍ତ୍ୱ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଭାରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ମମତା ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ ଗୁରୁଜୀ ଗରୁମା ଓ ସେବକ ସେବିକାଙ୍କ ଉଦ୍ୟମ ଫଳରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା । ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ଜ୍ଞାନବିଜ୍ଞାନ ମେଳାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଆସନ୍ତା ୮ ତାରିଖରେ ହେବାକୁ ଥିବା ସଂକୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳାରେ ପୁଣି ଅଂଶଗ୍ରହଣ କରିବା ନେଇ ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
