ଶ୍ରୀ ଜଗନ୍ନାଥ ସଂସ୍କୃତି ରେ ଦେବଦାସି ପ୍ରଥାର ପ୍ରଚଳନ , ଏବଂ କାହିଁକି ଏହି ୮ଶହ ବର୍ଷ ର ପରମ୍ପରା ଉପରେ ଲାଗିଲା ପୂର୍ଣ୍ଣଛେଦ ?
ଶ୍ରୀମନ୍ଦିର ର ସଂକୃତି ଓ ଶ୍ରୀଜଗନ୍ନାଥ ଙ୍କ ପରମ୍ପରା ଖୁବ ଗଭୀର, ଯାହା ବିଷୟରେ ଆମେ ଅନେକ କଥା ଆଜି ମଧ୍ୟ ଜାଣିନାହୁଁ , ସେଥି ମଧ୍ୟରୁ ଗୋୟଟିଏ ହେଉଛି ଦେବ ଦାସି ପ୍ରଥାର ପ୍ରଚଳନ l ଦେବଦାସୀ ଙ୍କ ସ୍ଥାନୀୟ ଭାଷାରେ ମଧ୍ୟ ମାହରି ଓ ଗାୟଣୀ କୁହାଯାଇଥାଏ, ଯାହାକି ଗୋଟିଏ ପ୍ରାଚୀନ ପରମ୍ପରା ଥିଲା l
ଶ୍ରୀଜଗନ୍ନାଥ ସଂସ୍କୃତି ରେ ଦେବଦାସୀ ପରମ୍ପରା ଖ୍ହୂବ ପୁରୁଣା , ପ୍ରାୟ ୮୦୦ ବର୍ଷ ତଳର ଏହି ପରମ୍ପରା, ଯାହା ଆଜି ଆଉ ଶ୍ରୀମନ୍ଦିର ରେ ନାହିଁ, ଏକ ବିଶେଷ ମାହରି ଓ ଗାୟଣୀ ସମ୍ପ୍ରଦାୟ ର ନାରୀ ମାନେ ପ୍ରଭୁଙ୍କୁ ବିବାହ କରି ତାଙ୍କ ପତ୍ନୀ ର ନାମରେ ଦେବଦାସୀ ଭାବରେ ନାମିତ ହୋଇଥାଆନ୍ତି, ଏବଂ ପ୍ରଭୁଙ୍କ ନିକଟରେ ସମ୍ପୂର୍ଣ ସମର୍ପିତ ହୋଇଥାଆନ୍ତି, ଏମାନଙ୍କର ମୁଖ୍ୟ କାର୍ଯ୍ୟ ରହିଥାଏ ପ୍ରଭୁଙ୍କ ର ମଙ୍ଗଳ ଆଳତୀ ଓ ସନ୍ଧ୍ୟା ଆଳତୀ ସମୟରେ ପ୍ରଭୁଙ୍କ ନିକଟରେ ନୃତ୍ୟ ଓ ସଂଗୀତ ପରିବେଷଣ କରିବା l କାହିଁକିନା ଆମ ଜଗନ୍ନାଥ ହେଉଛନ୍ତି ଖୁବ ରସିକିଆ l ତେଣୁ ପ୍ରଭୁଙ୍କୁ ସବୁବେଳେ ନୃତ୍ୟ ଓ ସଂଗୀତ ଭଲ ଲାଗିଥାଏ l
ଏହି ଦେବଦାସୀ ସମ୍ପ୍ରଦାୟ ର ମହିଳାମାନେ କୌଣସି ପୁରୁଷ କୁ ବିବାହ କରନ୍ତି ନାହିଁ କିମ୍ବା ସାଂସାରିକ ସୁଖ ଓ ଭୋଗ ବିଳାସ ସହିତ ଏମାନଙ୍କର କୌଣସି ସମ୍ପର୍କ ନଥାଏ, ନିଜର ସମ୍ପୂର୍ଣ ଜୀବନ ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ସେବାରେ ସମର୍ପିତ କରି ଥାଆନ୍ତି ଏବଂ ପ୍ରଭୁଙ୍କୁ ହିଁ ନିଜର ସ୍ୱାମୀ ରୂପରେ ଗ୍ରହଣ କରନ୍ତି l
ଏହି ପରମ୍ପରା ଜଗନ୍ନାଥ ସଂକୃତି ରେ ସଂଗୀତ ଓ ନୃତ୍ୟ ର ମୁଖ୍ୟ ଆଧାର ଅଟେ, ଏବଂ ଜଗନ୍ନାଥ ଙ୍କ ପ୍ରେମରେ ନିଜକୁ ହଜାଇ ଦେବାର ଗୋଟିଏ ଐଶ୍ବର୍ଗିକ ଅନୁଭୂତି ଥିଲା ଦେବଦାସୀ ପ୍ରଥା l ଗୋଟିଏ ସ୍ତ୍ରୀ ଟିଏ ଯେମିତି ସ୍ୱାମୀ ପାଇଁ ଯେପରି ବ୍ରତ ଓ ଉପବାସ କରିଥାଏ ତାହା ମଧ୍ୟ ଏହି ଦେବଦାସୀ ମାନେ ପାଳନ କରନ୍ତି ନିଜ ସ୍ୱାମୀ କାଳିଆ ଠାକୁରଙ୍କ ପାଇଁ , ଏପରିକି ଶ୍ରୀଜଗନ୍ନାଥ ଙ୍କ ପାଇଁ ସାବିତ୍ରୀ ବ୍ରତ କରି ଉପବାସ ରହି ଥାଆନ୍ତି, ଶ୍ରୀଜଗନ୍ନାଥ ଙ୍କ ଦୀର୍ଘାୟୁ କାମନା କରି ହାତରେ ବ୍ରତ ବାନ୍ଧି , ଶଙ୍ଖା ପିନ୍ଧି ଏବଂ ମଥାରେ ସିନ୍ଦୁର ଲଗାଇ ଥାଆନ୍ତି l
ଦେବଦାସୀ ମାନେ ପ୍ରଭୁ ଶ୍ରୀଜଗନ୍ନାଥ ଙ୍କର ମାନବୀୟ ପତ୍ନୀ , ତେଣୁ ସେ ପ୍ରଭୁଙ୍କ ଖୁସି ପାଇଁ ସବୁବେଳେ ତାଙ୍କ ନିକଟରେ ନିଜକୁ ବାନ୍ଧି ରଖୁଥିଲେ, ପୂର୍ବେ ଯେତେବେଳେ ବାଲ୍ୟ ବିବାହ ପ୍ରଥା ପ୍ରଚଳିତ ଥିଲା, ସେତେବେଳେ ମାତ୍ର ୧୨ ବର୍ଷ ଆୟୁରୁ ମହାରୀ ଓ ଗାୟଣୀ ସମ୍ପ୍ରଦାୟ ର କନ୍ୟା ଟିଏ ନିଜକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରି ଏବଂ ଜଗନ୍ନାଥ ଙ୍କୁ ସ୍ୱାମୀ ରୂପରେ ଗ୍ରହଣ କରିଥାଏ l ଏଥି ସହିତ ନିଜର ପତ୍ନୀ ର କର୍ତବ୍ୟ ସମ୍ପାଦନ କରୁଥିଲେ l
ଦେବଦାସୀ ମାନେ ୨ଭାଗ ରେ ବିଭକ୍ତ ଥିଲେ , ଗୋଟିଏ ହେଲା ମହାରୀ ଯିଏକି ନୃତ୍ୟ ପରିବେଷଣ କରନ୍ତି, ଏବଂ ଅନ୍ୟଟି ହେଲା ଗାୟଣୀ ଯିଏକି ପ୍ରଭୁଙ୍କ ପାଇଁ ଗୀତ ଗୋବିନ୍ଦ ଗାନ କରୁଥିଲେ l କିନ୍ତୁ ବର୍ତମାନ ଶ୍ରୀଜଗନ୍ନାଥ ସଂସ୍କୃତି ରେ ଦେବଦାସୀ ପ୍ରଥା ଉପରେ ଲାଗି ସାରିଛି ପୂର୍ଣ୍ଣଛେଦ, ୨୦୧୫ ରେ ଶ୍ରୀଜଗନ୍ନାଥ ଙ୍କ ନବକଳେବର ପୂର୍ବରୁ ଶେଷ ମହାରୀ ଦେବଦାସୀ ଶଶିମଣି ଦେବୀ ଙ୍କର ୯୨ ବର୍ଷ ଅୟୁରେ ମୃତ୍ୟୁ ହୋଇ ସାରିଛି, ଏବଂ ଶେଷ ଗାୟଣୀ ଦେବଦାସୀ ପାରଶମଣି ଦେବୀ ଙ୍କର ୨୦୨୧ ରେ ଦେହାନ୍ତ ହୋଇ ଯାଇଥିଲା l ଏହି ୨ ଦେବଦାସୀ ଙ୍କ ପରେ ଶ୍ରୀଜଗନ୍ନାଥ ଙ୍କ ନିକଟରେ ଆଉ କେହି ଦେବଦାସୀ ନାହାନ୍ତି, ଏହା ପଛର କାରଣ ହେଲା ଯିଏ ଦେବଦାସୀ ଥାଏ ସେ ତାର ଉତ୍ତରାଧିକାରୀ ଭାବରେ ନିଜ ବଂଶ ର ୧୨ ବର୍ଷ ଆୟୁର କନ୍ୟାକୁ ଦେବଦାସୀ ଭାବରେ ଚୟନ କରିଥାଏ, କିନ୍ତୁ ଏହି ୨ ଶେଷ ଦେବଦାସୀ କାହାରିକୁ ମଧ୍ୟ ଉତ୍ତରାଧିକାରୀ ଭାବରେ ବାଛି ନଥିଲେ, ତେଣୁ ବର୍ତମାନ ଶ୍ରୀମନ୍ଦିରର ୮ଶହ ବର୍ଷ ପୁରୁଣା ପରମ୍ପରା ଉପରେ ଲାଗିଛି ପୂର୍ଣ୍ଣଛେଦ ଓ ଦେବଦାସୀ ପ୍ରଥା ସମାପ୍ତ ହୋଇ ଯାଇଛି l
