ବାହୁଡା ଦଶମୀ ର ଆସିଥାଏ ହରିଶୟନ ଏକାଦଶୀ, ଏବଂ କୁହାଯାଏ ଯେ ମହାପ୍ରଭୁ ଶ୍ରୀଗୁଣ୍ଡିଚା ଜାତ ରେ ବୁଲି ବୁଲି ଥକି ଯାଇଥିବାରୁ ନିଦ୍ରାରେ ଶୋଇବା ପାଇଁ ହରିଶୟନ ଏକାଦଶୀ ପାଳନ କରାଯାଏ l କିନ୍ତୁ ଏଠାରେ ଅନେକ ପ୍ରଶ୍ନ ଉଠିଥାଏ ଯେ ଯଦି ସ୍ୱୟଂ ସଂସାର ର ପାଳକ ସୋଇପଡିବେ ତେବେ ସଂସାର ରଥକୁ ସମ୍ଭାଳିବି କିଏ ?
ସେ ଯାହାବି ହେଉ ନା କାହିଁକି ଯେଉଁ ନିୟମ ରହିଛି ତାହାକୁ ପାଳନ କରିବାକୁ ପଡିଥାଏ l
କଣ ଭଗବାନ ମଧ୍ୟ ଶୋଇ ଥାଆନ୍ତି ? -;
ହିନ୍ଦୁ ଧର୍ମରେ ଦେବ ଶୟନ ଉତ୍ସବ ପଛରେ ଆଧ୍ୟାତ୍ମିକ କାରଣ ରହିଛି , ଏହାଛଡା ସମୟ , କାଳ ଓ ପରିସ୍ଥିତି ମଧ୍ୟ ନିର୍ଭର କରୁଛି l ଏହି ସମୟରେ ବର୍ଷା ଋତୁ ଆରମ୍ଭ ହୋଇ ସାରିଛି l ଯେଉଁ କାରଣରୁ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇ ଥାଏ l ମାନବ ଓ ଈଶ୍ୱର ଙ୍କ ମଧ୍ୟରେ ଯୋଗାଯୋଗ ର ଗୋଟିଏ ମାଧ୍ୟମ ହେଉଛି ହରି ଶୟନ ଏହାଦଶୀ l ଏହି ସମୟରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ରହି ଥାଆନ୍ତି l ତେଣୁ ସ୍ୱୟଂ ମହାଦେବ ଙ୍କ ଉପରେ ସଂସାରର ଭାର ନ୍ୟସ୍ତ ହୋଇଥାଏ l କିନ୍ତୁ ଏହି ହରି ଶୟନ ଏକଦଶୀ ର କଣ ରହିଛି ବିଶେଷତା ?
– ଶାସ୍ତ୍ର ଅନୁସାରେ ଏହି ୪ ମାସ ମଣିଷ ନିଜର ଇନ୍ଦ୍ରିୟ ଉପରେ ସଂଯମତା ବଢାଇବା ଉଚିତ ବୋଲି ପୂର୍ବ କାଳରେ କୁହାଯାଉ ଥିଲା l ତେଣୁ ଲୋଭ , ମୋହ ଭଳି କାର୍ଯ୍ୟ ଠାରୁ ଦୂରେଇ ରହିବା ଜରୁରୀ l
– ଶାସ୍ତ୍ର ରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ମାନେ ନିଜର ସ୍ୱାଦ ଇନ୍ଦ୍ରିୟ କୁ ନିୟନ୍ତ୍ରଣ କରି ଥାଆନ୍ତି ସେମାନେ ନିରୋଗୀ ରହି ଥାଆନ୍ତି l ଏହି ୪ ମାସ ଯେଉଁ ବ୍ୟକ୍ତି ନିଜ ଭୋଜନ ପ୍ରତି ସତର୍କ ରହିଥାଏ ସେ ନିରୋଗୀ ରୁହେ l
– ଏହି ୪ ମାସ ଧାତୁ ନିର୍ମିତ ପାତ୍ର ରେ ଭୋଜନ କରିବା ବିଧେୟ ଅଟେ , ବିଶେଷ ଭାବେ କଦଳୀ ପତ୍ର କିମ୍ବା ଅନ୍ୟ କୌଣସି ପତ୍ର ରେ ଭୋଜନ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ l
– ସନ୍ତାନ ମାନଙ୍କର ଉନ୍ନତି ପାଇଁ ଏହି ୪ ମାସ ଦାନ ଧର୍ମ ର ବିସେଶ ମହତ୍ୱ ରହିଛି l ଶାସ୍ତ୍ର ରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ମାନେ ଏହି ୪ ମାସ ଭୋଜନ ଓ ପୋଷାକ ଦାନ କରନ୍ତି , ସେମାନଙ୍କ ସନ୍ତାନ ମାନଙ୍କର ଉନ୍ନତି ହୋଇଥାଏ l
