ବାଲିଗୁଡା,ତା, ୧୨/୦୭ :(ସଞ୍ଜୟ କୁମାର ପାଣିଗ୍ରାହୀ): ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇଯାଇଥିବା ବେଳେ ବିଭିନ୍ନ ବିଦ୍ୟାଳୟକୁ ନୂତନ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଉଛି l ଏହି ପରିପ୍ରେକ୍ଷୀରେ ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ଵର ମାଝି ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଲଗାଣ ବର୍ଷା ଫଳରେ ବିଭିନ୍ନ ବିଦ୍ୟାଳୟ ର ଉପସ୍ଥାନ କମ ରହୁଥିବାରୁ ଏହାର କାରଣ ଜାଣିବା ପାଇଁ ଅଚାନକ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିବା କୁହାଯାଉଛି । ବ୍ଲକ ର ବିଭିନ୍ନ ଦୁର୍ଗମ ଅଞ୍ଚଳ ରେ ଥିବା ଆମ୍ବାବାଡି ପ୍ରାଥମିକ ବିଦ୍ୟାଳୟ , ଟିକରବାଜୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉସୁରକୁପା ପ୍ରାଥମିକ ବିଦ୍ୟଳୟ ସମେତ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ରେ ଥିବା ନୂଆଁସାହି ଉ.ପ୍ରା.ବିଦ୍ୟାଳୟ ଭଳି ବିଭିନ୍ନ ବିଦ୍ୟାଳୟ କୁ ଯାଇଥିଲେ । ବିଭିନ୍ନ ବିଦ୍ୟାଳୟ ର ନୂତନ ବିଦ୍ୟାଳୟ ର ପରିଚାଳନା କମିଟି ଗଠନ , ପାଠ୍ୟ ପୁସ୍ତକ ଓ ପୋଷାକ ବଣ୍ଟନ, ପାଠ ପଢା ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ, ଛାତ୍ର ଛାତ୍ରୀ ମାନଙ୍କ ପରିଷ୍କାର ପରିଚ୍ଛନ୍ନ ,ପରିବେଶ ଓ ଉପସ୍ଥାନ ଯାଞ୍ଚ କରିବା ସହ ଶିକ୍ଷା ବ୍ୟବସ୍ଥା ଓ ପିଲାଙ୍କୁ ପାଠ ପଢାଇବା ସହ ଶିକ୍ଷାଦାନର ସ୍ଥିତି ଅନୁଧ୍ୟାନ ପରିଦର୍ଶନ ସମୟ ରେ ତଦାରଖ କରିଥିଲେ । ଶିକ୍ଷକ ଓ ଶିକ୍ଷୟତ୍ରି ମାନେ ଠିକ ରେ ବିଦ୍ୟାଳୟ କୁ ଆସୁଛନ୍ତି କି ନାହିଁ ସେ ସମ୍ପର୍କରେ ଅଭିଭାବକ ଓ ଛାତ୍ର ଛାତ୍ରୀ ଙ୍କୁ ପଚାରି ବୁଝିଥିଲେ । କିଛି ଦିନ ହେବ ବିଦ୍ୟାଳୟ କୁ ଶିକ୍ଷକ ଠିକ ଭାବରେ ଯାଉନଥିବା ଅଭିଯୋଗ ହେଉଥିବାରୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଏ ଭଳି ଅଚାନକ ବିଦ୍ୟାଳୟ ପରିଦର୍ଶନ କୁ ନେଇ ଶିକ୍ଷକ , ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କ ମନରେ ଶିକ୍ଷା ଅଧିକାରୀ ଙ୍କୁ ବିଭିନ୍ନ ବିଦ୍ୟାଳୟ ର ସମସ୍ଯା କହିବା ସହ ଯେ କୌଣସି ସମସ୍ଯା ଆମକୁ ନହେଲେ ଟୋଲ ଫ୍ରି ନମ୍ବର ରେ ଜଣାଇବା ପାଇଁ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ମାଝି କହିଥିଲେ ।
