ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଙ୍କୁ ଲେଖିକା ଇ. ଜିନ କରୋଲ ଙ୍କୁ ୫୦ ଲକ୍ଷ ଡଲାର ଭରଣପୋଷଣ ଦେବାର ପ୍ରକ୍ରିୟା ବର୍ତମାନ ଆଗେଇ ସାରିଲାଣି, ଆମେରିକା କୋର୍ଟ ର ଜଷ୍ଟିସ ବୁଧବାର ଦିନ ଆଦେଶ ଦେଇଛନ୍ତି ଯେ ଟ୍ରମ୍ପ ଙ୍କ ଦ୍ୱାରା କୋର୍ଟ ରେ ଜମା କରାଯାଇଥିବା ଏହି ରାଶି କେରୋଲ ଙ୍କୁ ଦିଆଯାଉ, କୋର୍ଟ ଙ୍କର ଏହି ଆଦେଶ ଏଭଳି ସମୟରେ ଆସିଛି ଯେତେବେଳେ ଆମେରିକା ସୁପ୍ରିମ କୋର୍ଟ ୨୦୨୩ ର ଟ୍ରମ୍ପ ଙ୍କର ଅନ୍ୟ ଗୋଟିଏ ମାମଲାକୁ ଶୁଣାଣି କରିବାକୁ ମନାକରି ଦେଇଛନ୍ତି l
ମଇ ୨୦୨୩ ରେ କୋର୍ଟ ଶୁଣାଣି କରି କହିଥିଲେ ଯେ ଟ୍ରମ୍ପ ଲେଖିକା ଇ.ଜିନ.କେରୋଲ ଙ୍କ ସହିତ ଯୌନ ଉତ୍ପୀଡ଼ନ କରିଛନ୍ତି, ଏବଂପରି ସାର୍ବଜନିକ ଭାବରେ ତାଙ୍କ ବିରୁଦ୍ଧରେ ମାନ ହାନି କାରକ ବୟାନ ଦେଇଥିଲେ l ଏହି କାରଣରୁ କୋର୍ଟ ୫୦ ଲକ୍ଷ ଡଲାର ଅନୁକମ୍ପା ମୂଳକ ରାଶି ଦେବାକୁ କହିଛନ୍ତି l ସୁପ୍ରିମ କୋର୍ଟ ମଧ୍ୟ ଏହି ରାୟ ରେ କାୟମ ରହିଥିବା କାରଣରୁ ଶୁଣାଣି ଜିନ କେରୋଲ ଙ୍କ ସପକ୍ଷରେ ଯାଇଛି l
୮୨ ବର୍ଷୀୟା ଜିନ କେରୋଲ ପତ୍ରକାର ଓ କଲ ମିଷ୍ଟ ଥିଲେ, ସେ ଟ୍ରମ୍ପ ଙ୍କ ଉପରେ ଆରୋପ ଲଗାଇଥିଲେ କି ୧୯୯୬ ରେ ନିୟୁୟର୍କ ର ଗୋଟିଏ ଡିପାର୍ଟମେଣ୍ଟାଲ ସ୍ତର ର ଡ୍ରେସିଂ ରୁମ ରେ ଟ୍ରମ୍ପ ତାଙ୍କ ସହିତ ଯୌନ ଉତ୍ପୀଡ଼ନ କରିଥିଲେ, ଯେତେବେଳେ କେରୋଲ ୨୦୧୯ ରେ ନିଜ ପ୍ରକାଶିତ ପୁସ୍ତକ ରେ ଏହି ଘଟଣାକୁ ଉଲେଖ କରିଥିଲେ , ଟ୍ରମ୍ପ ଏହି ଆରୋପ କୁ ସମ୍ପୂର୍ଣ ଖାରଜ କରିଥିଲେ, ଏବଂ ଏହା ମନଗଢା ବୋଲି ଦର୍ଶାଇ ଥିଲେ l
ଏହାପରେ ଟ୍ରମ୍ପ ଙ୍କ ବିରୁଦ୍ଧରେ କେରୋଲ ମାମଲା ରୁଜୁ କରିଥିଲେ l ଏହାକୁ ଆଧାରକରି ଯାଞ୍ଚ କମିଟି ଗଠନ ହୋଇଥିଲା ଏବଂ ଟ୍ରମ୍ପ ଙ୍କ ବିରୁଦ୍ଧରେ ଅନେକ ବୟାନ ମଧ୍ୟ ଦର୍ଜ କରିଥିଲା ଯାଞ୍ଚ ଏଜେନ୍ସି l କିନ୍ତୁ ବର୍ତମାନ ସୁଧା ଏହି ଯାଞ୍ଚ ର କୌଣସି ନିଷ୍କର୍ସ ମିଳିନାହିଁ l
