ବାଲିଗୁଡା, ତା, ୦୭/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଗାୟତ୍ରୀ ନଗର ବାସିନ୍ଦା ତଥା ଆସାମ ରେ ସି ଆର ପି ଏଫ ଜବାନ ଭାବେ କାର୍ଯ୍ୟ କରୁଥିବା ଅଶୋକ ବେହେରା ପାରିବାରିକ କଳହ କୁ କେନ୍ଦ୍ର କରି କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି l ଘଟଣା ରୁ ପ୍ରକାଶ ଯେ, ଅଶୋକ ବର୍ତ୍ତମାନ କିଛିଦିନ ହେଲା ବାଲିଗୁଡା ନିଜ ଗ୍ରାମ କୁ ଛୁଟିରେ ଆସିଥିଲେ l ସେ ଦୀର୍ଘ ଦିନ ହେଲା ପାରିବାରିକ ଅଶାନ୍ତି ରେ ରହିଆସୁଥିଲେ l ରବିବାର ରାତିରେ ଖାଇ ପିଇ ଶୋଇଥିଲେ, ସୋମବାର ସକାଳୁ ସେ ଉଠି ନ ଥିଲେ l ସାଙ୍ଗ ସାଥି ପାଖ ପଡୋଶୀ ଫୋନ କଲେ କିମ୍ବା କବାଟ ବାଡେଇଲେ ମଧ୍ୟ ଉଠି ନ ଥିଲେ, ସମସ୍ତଙ୍କ ମନରେ ସନ୍ଦେହ ଜାତ ହେବାରୁ ସଙ୍ଗେ ସଙ୍ଗେ ପୋଲିସ କୁ ଖବର ଦେଇଥିଲେ l ପୋଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଅଶୋକ କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବାଲିଗୁଡା ମେଡିକାଲ କୁ ନେଇଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ମଙ୍ଗଳବାର ଶବ ବ୍ୟବଛେଦ ପରେ ରିପୋର୍ଟ ରେ କୀଟନାଶକ ଔଷଧ ଖାଇ ଦେଇ ଥିବାରୁ ସେ ମୃତ୍ୟୁ ବରଣ କରିଥିବା ଜଣାପଡିଥିଲା l ଏ ନେଇ ବାଲିଗୁଡା ପୋଲିସ ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି l ଏ ନେଇ କନ୍ଧମାଳ ସି ଆର ପି ଏଫ ବାଟାଲିୟନ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇ ଶବ ସଂସ୍କାର କରାଯାଇଥିଲା l
