Odisha news

କାହିଁକି ବୃଦ୍ଧି ପାଉଛି ଯୁବପିଢ଼ି ଙ୍କ ନିକଟରେ ମେମୋରୀ ଲସ ସମସ୍ୟା ,  ଏହା ପଛର କାରଣ ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ 

0
ଗୋଟିଏ ନିର୍ଦ୍ଧିଷ୍ଟ ବୟସ ପରେ ଆମେ କିଛଟା କାମକୁ କରିବା ପାଇଁ ଭୁଲି ଯାଇଥାଉ l ଏହାକୁ ଆମେ ବୟସ ବଢିବା ସହ ସ୍ମୃତି ହୀନତା ର କାରଣ ଭାବି ଥାଉ l କିନ୍ତୁ ଆଧୁନିକ ଜୀବନ ଶୈଳୀ ରେ ଯୁବା ପିଢ଼ି ଙ୍କ ନିକଟରେ ମେମୋରୀ ଲସ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି l ଏଥିରେ ଖରାପ ଲାଇଫ ଷ୍ଟାଇଲ ମୁଖ୍ୟ କାରଣ ଅଟେ l ଗୋଟିଏ ଗବେଷଣା ଅନୁସାରେ ଏହାକୁ ସାଧାରଣ ସମସ୍ୟା ଭାବରେ ଗ୍ରହଣ କରାଯାଉ ନାହିଁ l ଆସନ୍ତୁ ଆଜି ଜାଣିବା କେଉଁସବୁ ସମସ୍ୟା ଯୁବପିଢ଼ି ଙ୍କ ମଧ୍ୟରେ ମେମୋରୀ ଲସ ର କାରଣ ହୋଇଥାଏ l
* ମାନସିକ ଉତେଜନା -:
ଆଧୁନିକ ଜୀବନ ଶୈଳୀ ରେ ଉତେଜନା ଓ ଚାପ ଖୁବ ସାଧାରଣ ହୋଇ ଯାଇଛି l ଏହି କାରଣରୁ ଯୁବକ ମାନଙ୍କ ନିକଟରେ ଚାପ ବୃଦ୍ଧି ହୋଇ ମେମୋରୀ ଲସ ସମସ୍ୟା ଦେଖା ଦେଉଛି l
* ଅନିୟମିତତା ଓ ଅସନ୍ତୁଳିତ ଆହାର -:
ବ୍ୟସ୍ତ ବହୁଳ ଜୀବନ ଶୈଳୀ କାରଣରୁ ଯୁବପିଢ଼ି ଅନିୟମିତ ଓ ଆସନ୍ତୁଳିତ ଆହାର ସେବନ କରୁଛନ୍ତି l ଏପରି ସ୍ଥତି ରେ ସେମାନେ ଆବଶ୍ୟକ ପୋଷକ ତତ୍ୱର କମି କାରଣରୁ ମେମୋରି ଲସ ଅସୁବିଧା ର ସମୁଖୀନ ହେଉଛନ୍ତି l
* ନିଦ୍ରା ହୀନତା :-
ଯୁବକ ମାନଙ୍କ ନିକଟରେ ନିଦ୍ରା ହୀନତା ସାଧାରଣ କଥା ହୋଇ ଗଲାଣି l ପର୍ଯ୍ୟାପ୍ତ ମାତ୍ରାର ନିଦ ନହେଉ ଥିବା କାରଣରୁ ଯୁବକ ମାନେ ନିଦ୍ରା ହୀନତା ର ଶିକାର ହେଉଛନ୍ତି l
* ନିଶା ସେବନ :-
ଆଜିର ଯୁବପିଢ଼ି ନିଶା ସେବନ କୁ ଗୋଟିଏ ସ୍ଟାଟସ ସିମ୍ବଲ ରେ ଯୋଡି ବିପଥ ଗାମୀ ହୋଇ ଯାଉଛନ୍ତି l ପ୍ରାରମ୍ଭିକ ସ୍ଥିତି ରେ ଏହାର ପ୍ରଭାବ ଜଣାପଡି ନଥାଏ , କିନ୍ତୁ ଧୀରେ ଧୀରେ ମସ୍ତିଷ୍କ ରେ  ଡ଼ପାମଇନ ନାମକ ନ୍ୟୁଟ୍ରିଏଣ୍ଟସ ର ସ୍ରୋତ କମିବାରେ ଲାଗିଥାଏ l ଡ଼ପାମଇନ ର ମୁଖ୍ୟ କାର୍ଯ୍ୟ ହେଉଛି ଶରୀର ର କାର୍ଯ୍ୟ କୁ ଠିକ ଭାବରେ ପରିଚାଳିତ କରିବା l ଅତ୍ୟଧିକ ମଦ୍ୟ ପାନ ଓ ସିଗାରେଟ ସେବନ ଡ଼ପାମଇନ ନିର୍ଗତ ଉପରେ ବାଧା ଆଣିଥାଏ , ଯାହାକି ମେମୋରୀ ଲସ ର କାରଣ l
* ମୋବାଇଲ ଅଧିକ ବ୍ୟବହାର :-
କମ୍ପୁଟର ଓ ମୋବାଇଲ ର ଅଧିକ ପ୍ରୟୋଗ ମଧ୍ୟ ମେମୋରୀ ଲସ ର କାରଣ ହୋଇଥାଏ l ଏଥିରୁ ବାହାରୁ ଥିବା ରେଜ ବ୍ରେନ ର ସିଷ୍ଟମ କୁ ବିଗାଡି ଥାଏ l ଏହି କାରଣରୁ ମେଲୋଟନୀନ ନାମକ ନ୍ୟୁରୋ ଟ୍ରାନ୍ସ ମିଟର ସ୍ରାବ କମ ହୋଇଥାଏ l ଯେଉଁ କାରଣରୁ ନଦ୍ର ହୀନତା ବୃଦ୍ଧି ହୋଇଥାଏ ଓ ମେମୋରୀ ଲସ ହୋଇଥାଏ l
* ଜଙ୍କ ଫୁଡ ଦାୟୀ :-
ଜଙ୍କ ଫୁଡ ବିଶେଷ ଭାବେ ଖୁବ କେମିକାଲ ଯୁକ୍ତ ହୋଇଥାଏ l ବିଶେଷ ଭାବରେ ଭିଟାମିନ , ମିନେରାଲ୍ସ , ଆଣ୍ଟି ଅକ୍ସିଡାଣ୍ଟ୍ , ଭଳି ଅନେକ ପୋଷାକ ତତ୍ୱ ନଥାଏ l ଏଭଳି ପୋଷାକ ତତ୍ୱର କମି କାରଣରୁ ବିଭିନ୍ନ ସ୍ୱାସ୍ଥ୍ୟ ଗତ ସମସ୍ୟା   ସହିତ ମେମୋରୀ ଲସ ଗୋଟିଏ କାରଣ l ଫାଷ୍ଟ ଫୁଡ ରେ ଅଧିକ ଚିନି , ତୈଳ ଓ ଅନେକ ଫ୍ୟାଟ ବୃଦ୍ଧି ଜିନିଷ ମଧ୍ୟ ମିଳିତ ହୋଇଥାଏ l
IEC 2 years
Leave A Reply