Odisha news

ମହାରାଷ୍ଟ୍ର ରାଜନୀତିର ବଡ଼ ଖବର : UBT ଶିବସେନା ର ହାତ ଛାଡିଲେ ୬ ବିଧାୟକ

0

କଂଗ୍ରେସ ରେ ମିଶିବ କି UBT ଶିବସେନା ?
ସଞ୍ଜୟ ରାଉତଙ୍କ ବୟାନ ହେଲା ଦଳ ପାଇଁ କାଳ ?
କଣ ସଞ୍ଜୟଙ୍କ ବୟାନ ଯୋଗୁଁ ବାଗୀ ସାଜିଲେକି ବିଧାୟକ ?
ନା ରହିଥିଲା ଆଉ କିଛି ଭିତିରି କଥା

ମହାରାଷ୍ଟ୍ର ରାଜନୀତିର ବଡ଼ ଖବର,ଉଦ୍ଧବ ଠାକରେ ଙ୍କ ଦଳର ୬ ବାଗୀ ସାଂସଦ ଛାଡିଲେ ଦଳ, କିନ୍ତୁ କାହିଁକି ଉଦ୍ଧବଙ୍କ ହାତ ଛାଡିଲେ ଏହି ୬ ବିଧାୟକ ? ସାଂସଦ ଙ୍କ ଦ୍ୱାରା ଲୋକସଭା ସ୍ପିକର ଙ୍କ ନିକଟରେ ରଖିଥିବା ପ୍ରସ୍ତାବ ରେ ରହିଛି ଅନେକ ତଥ୍ୟ l

ମିଳିଥିବା ସୂଚନା ଅନୁସାରେ ବାଗୀ ସଂସଦ ମାନେ ଦଳ ଛାଡିବା ପୂର୍ବରୁ ୟୁବିଟି ଶିବସେନା କଂଗ୍ରେସ ରେ ମିଶିବାର ଆଶଙ୍କା ରଖିଥିଲେ, ପ୍ରସ୍ତାବ ରେ କୁହାଯାଇଛି ଯେ ଵାଲାସାହେବ ଠାକରେ ଙ୍କ ଦ୍ୱାରା ହୋଇଥିବା ଶିବସେନା ଦଳ ସ୍ଥାପନା କଂଗ୍ରେସ ରେ ମିଶିବା ପାଇଁ ହୋଇ ନଥିଲା l

ଏହାଛଡା ସାଂସଦ ସଞ୍ଜୟ ରାଉତ ଙ୍କ ଅସନ୍ତୋଷ ପ୍ରକାଶ କରି ପ୍ରସ୍ତାବ ରେ ସାଂସଦ କହିଛନ୍ତି ଯେ ସଞ୍ଜୟ ରାଉତ ଙ୍କ ଦ୍ୱାରା ତୃଣମୂଳ କଂଗ୍ରେସ କୁ କଂଗ୍ରେସ ରେ ମିଶିବାର ପ୍ରସ୍ତାବ ଦିଆଯାଇଥିଲା, ଏହି କାରଣରୁ ବାଗୀ ସାଂସଦ ଙ୍କୁ ଚିନ୍ତା ରହିଥିଲା ଯେ ଭବିଷ୍ୟତ ରେ ଶିବସେନା ୟୁବିଟି କଂଗ୍ରେସ ମିଶିବାକୁ ପ୍ରୟାସ ନ କରୁ l

ପ୍ରସ୍ତାବ ରେ ଦାବି କରାଯାଇଛି ଯେ ଏହି କାରଣରୁ ସାଂସଦ ଙ୍କୁ ଦଳର ନେତୃତ୍ୱ ଉପରେ ଭରସା ରହିଲା ନାହିଁ, ଏହି କାରଣରୁ ବାଗୀ ସାଂସଦ ଦଳରୁ ଅଲଗା ହେବାର ନିଷ୍ପତି ନେଇଥିଲେ l

ସବୁଠୁ ମହତ୍ଵପୁର୍ଣ କଥା ହେଲା ବାଗୀ ସାଂସଦ ନିଜକୁ ଗୋଟିଏ ସ୍ୱତନ୍ତ୍ର ଦଳ ଘୋଷଣା କରିନାହାନ୍ତି l ସେମାନଙ୍କ ଦ୍ୱାରା ରଖା ଯାଇଥିବା ପ୍ରସ୍ତାବ ରେ ସେମାନେ ସିଧାସଳଖ ସେବସେନା ୟୁବିଟି ଛାଡି ଶିବସେନା ରେ ମିଶିବାର ପ୍ରସ୍ତାବ ରଖିଛନ୍ତି l ଏବଂ ସେହି ୬ ବାଗୀ ସାଂସଦ କହିଛନ୍ତି ଯେ ସେମାନେ ସିନ୍ଧେ ଙ୍କ ଶିବସେନା ର ହାତ ଧରିଛନ୍ତି  l

IEC 2 years
Leave A Reply