ବାଲିଗୁଡା, ତା, ୨୯/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଏ.ଏମ୍.ସି.ଏସ ମହାବିଦ୍ୟାଳୟରେ ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ରଥ ଙ୍କ ସଭାପତିତ୍ବରେ ଇଂରାଜୀ ବିଭାଗର ଅଧ୍ୟାପକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦେବା ଅବସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ନରେନ୍ଦ୍ର ସାର୍ ଙ୍କ କଲେଜ ପ୍ରତି ଯେଉଁ ତ୍ୟାଗ ,ତପସ୍ୟା ଓ ବଳିଦାନ ସେ ଅବସର ନେଲାପରେ କେହି ପୂରଣ କରିପାରିବେ ନାହିଁ । ଅଧ୍ୟାପକ ବନମାଳୀ ବେହେରା,ବିରୂପାକ୍ଷ ତ୍ରିପାଠୀ ,ଶଙ୍କର ପାଢ଼ୀ ,ଅଭୟ ପ୍ରଧାନ,ସୂରଜ ସାମଲ ମଞ୍ଚାସୀନ ରହି ଦିଗାଲ ସାର୍ ଙ୍କ ଜୀବନ ଶୈଳୀ ,ଶିକ୍ଷାଦାନ କଲେଜ ପ୍ରତି ଅବଦାନ ବିଷୟରେ ବକ୍ତବ୍ୟ ରଖିଥିଲେ । ବିଭାଗର ଅଧ୍ୟାପକ ଜ୍ଞାନରଞ୍ଜନ ଭୋଇ ସ୍ୱାଗତ ଓ ଧନ୍ୟବାଦ ଅର୍ପଣ କରିଥିଲେ l